ରୋହିତ ଅଧିନାୟକ ହେବା ସମ୍ଭାବନାକୁ ବିସିସିଆଇର ଖଣ୍ଡନ

Advertisment
ରୋହିତ ଶର୍ମା ଫିଟ୍, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳିବା ସମ୍ଭାବନା

India TV News

ନୂଆଦିଲ୍ଲୀ: ଆସନ୍ତା ବର୍ଷଠୁ ଭାରତୀୟ ଦଳର ଦିନିକିଆ ଓ ଟ୍ବେଣ୍ଟି-୨୦ (ଧଳା ବଲ୍‌) କ୍ରିକେଟର କାହାଣୀରେ ଅନେକ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଆଲୋଚନା ହୋଇଥିଲା। ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଏହି ଦୁଇ ପ୍ରକାରର କ୍ରିକେଟ୍‌ର ନେତୃତ୍ବରୁ ଓହରିଯିବାକୁ ମନସ୍ଥ କରିଥିବା ବଳେ ରୋହିତ ଶର୍ମା ଏହି ଦାୟିତ୍ବ ନେବେ ବୋଲି ଖବର ପ୍ରଚାରିତ ହୋଇଥିଲା। ହେଲେ ବିସିସିଆଇ ସୋମବାର ଏହାକୁ ଖଣ୍ଡନ କରିଛି। ବିସିସିଆଇ ‌କୋଷାଧ୍ୟକ୍ଷ ‌ଅରୁଣ ଧୁମାଲ ଏହାକୁ ଖଣ୍ଡନ କରିବା ସହ ଖବର ଗୁଜବ ବୋଲି ସୋମବାର କହିଛନ୍ତି। ‘‘ଏଥିରେ କୌଣସି ସତ୍ୟତା ନାହିଁ, ଗଣମାଧ୍ୟମରେ ଯାହା ପ୍ରଚାର ହେଉଛି ତାହା ଗୁଜବ। ସଂପ୍ରତି ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ।

କୋହଲି ସବୁ ଫର୍ମାଟ୍‌ରେ ଅଧିନାୟକ ରହିବେ। ବିଭାଜିତ ଅଧିନାୟକ ପ୍ରସଙ୍ଗରେ କୌଣସି ଆଲୋଚନା ମଧ୍ୟ ହୋଇନି’’ ବୋଲି ଧୁମାଲ ଗଣମାଧ୍ୟମକୁ କହିଛନ୍ତି। ନିକଟରେ କୋହଲି ଟେଷ୍ଟ୍‌ କ୍ରିକେଟ୍‌ରେ ସଫଳ ଅଧିନାୟକ ଭାବେ ପ୍ରମାଣିତ କରିଛନ୍ତି। ହେଲେ ସୀମିତ ଓଭର କ୍ରିକେଟ୍‌ରେ ସେ ସଫଳ ହେଉନାହାନ୍ତି। ତେଣୁ ସେ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେଇ ରୋହିତଙ୍କୁ ସୀମିତ ଓଭର ନେତୃତ୍ବ ଭା‌ର ଦେବାକୁ ଚିନ୍ତା କରିଛନ୍ତି। କୋହଲି ମଧ୍ୟ ରୋହିତ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe