‌ଯୌନ ଶୋଷଣ ନୀତିରେ ପରିବର୍ତ୍ତନ ଆଣିବ ବିସିସିଆଇ

Advertisment
ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ମୁମ୍ବାଇ: ବିସିସିଆଇ ତା’ର ପ୍ରଚଳିତ ‌‌ଯୌନ ଶୋଷଣ ନୀତିରେ ପରିବର୍ତ୍ତନ ଆଣିବ। ତା ସହ ଘରୋଇ କ୍ରିକେଟର୍‌ମାନଙ୍କୁ କରୋନା କ୍ଷତିପୂରଣ ଦେବାର ବହୁ ପ୍ରତୀକ୍ଷିତ ନିଷ୍ପତ୍ତିକୁ ମଧ୍ୟ ଚଳିତ ମାସ ୩୦ ତାରିଖରେ ବସିବାକୁ ଥିବା ଆପେକ୍ସ କାଉନସିଲ୍ ବୈଠକରେ ସ୍ପଷ୍ଟ କରିବ। ସଂପ୍ରତି ଯୌନ ଶୋଷଣ ଅଭିଯୋଗର ବିଚାର ଲାଗି ବିସିସିଆଇ ପାଖରେ କୌଣସି ଉତ୍ସର୍ଗୀକୃତ ବ୍ୟବସ୍ଥା ନାହିଁ। ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ବିସିସିଆଇ ଏହାର ବିଚାର ଲାଗି ଏକ ଆଭ୍ୟନ୍ତରୀଣ ସମିତି ଗଠନ କରିଥିଲା।

ଏଭଳି ଏକ ସ୍ପର୍ଶକାତର ମାମଲାର ବିଚାର ଲାଗି ଏକ ଉତ୍ସର୍ଗୀକୃତ ବ୍ୟବସ୍ଥା ପ୍ରଣୟନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ସେପଟେ ଘରୋଇ କ୍ରିକେଟର୍‌ଙ୍କୁ କ୍ଷତିପୂରଣ ମାମଲାର ସମାଧାନ ଲାଗି ପୂର୍ବରୁ ବିସିସିଆଇ ଏକ କାର୍ଯ୍ୟକାରୀ ସମିତି ଗଠନ କରିସାରିଛି। ତେବେ ସମିତିର ପ୍ରଥମ ବୈଠକ ଏପର୍ଯ୍ୟନ୍ତ ବସି ପାରିନାହିଁ। ହେଲେ କ୍ଷତିପୂରଣ କେବଳ ପୁରୁଷ କ୍ରିକେଟର୍‌ଙ୍କୁ ନୁହେଁ, ମହିଳା କ୍ରି‌କେଟର୍‌ଙ୍କୁ ମଧ୍ୟ ଦିଆଯିବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଇପିଏଲ୍-୨୦୨୧ର ଅବଶିଷ୍ଟାଂଶ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେବାର ଅଛି। ଏଥିଲାଗି ବୋର୍ଡର ଅଧିକାରୀମାନେ ୟୁଏଇରେ ଥିଲା ବେଳେ ହିଁ ଏହି ପ୍ରସ୍ତା‌ବିତ ବୈଠକ ଭର୍ଚୁଆଲି ଅନୁଷ୍ଠିତ ହେବ। ବୈଠକ ଅବସରରେ ମଧ୍ୟ ୟୁଏଇରେ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରସ୍ତୁତିପର୍ବ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe