ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବିସିସିଆଇ ୮୫ କୋଟି ଟଙ୍କା ରୋଜଗାର କରିବ

Advertisment
ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ବରିଷ୍ଠଙ୍କୁ ବିଶ୍ରାମ ମିଳିବ

ଦୁବାଇ: ୟୁଏଇରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବିସିସିଆଇ ପାଖାପାଖି ୮୫ କୋଟି ଟଙ୍କା ରୋଜଗାର କରିବ। ବିସିସିଆଇ ଆପେକ୍ସ କାଉନସିଲ୍‌ର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ବିସିସିଆଇକୁ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତାରୁ ୧୯ ନିୟୁତ ଡଲାର ବା ପାଖାପାଖି ୧୩୩ କୋଟି ଟଙ୍କାର ନିଟ୍ ଲାଭ ହେବାର ଥିଲା। ହେଲେ କରୋନା ମହାମାରୀ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ ୟୁଏଇକୁ ସ୍ଥାନାନ୍ତର ହୋଇଥିବାରୁ ଆୟୋଜକ ଦେୟ ଭାବେ ଏମିରେଟ୍ସ କ୍ରିକେଟ୍ ବୋର୍ଡକୁ ବିସିସିଆଇକୁ ୪୮ କୋଟି ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଏଥରର ବିଶ୍ବକପ୍ ଆୟୋଜନ ପାଇଁ ହେବାକୁ ଥିବା ଖର୍ଚ୍ଚ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଗତ ସଂସ୍କରଣଠାରୁ ପାଖାପାଖି ୧୫୦ କୋଟି ଟଙ୍କା କମ୍‌ ରହିବ ବୋଲି ସଂପୃକ୍ତ ସଦସ୍ୟଜଣକ କହିଛନ୍ତି। ସୂଚନାଯୋଗ୍ୟ ଯେ ବିଶ୍ବକପ୍‌ର ଅଧିକାଂଶ ଭାଗ ୟୁଏଇରେ ଖେଳାଯିବ। କିଛି ମ୍ୟାଚ୍ ଓମାନରେ ବି ଆୟୋଜିତ ହେବ। ଏଥିଲାଗି ବିସିସିଆଇକୁ ମଧ୍ୟ ଓମାନ କ୍ରିକେଟ୍ ବୋର୍ଡକୁ ଆୟୋଜକ ଦେୟ ଦେବାକୁ ହେବ। ବିସିସିଆଇ ଆୟୋଜକ ଥିଲେ ମଧ୍ୟ ଟିକେଟ ବିକ୍ରି ବାବଦରେ ମିଳିବାକୁ ଥିବା ସବୁ ଅର୍ଥ ଓମାନ ଓ ଏମିରେଟ୍‌ କ୍ରିକେଟ୍ ବୋର୍ଡ ବାଣ୍ଟିକରି ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe