ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ବିସିସିଆଇର ନିଆରା ଯୋଜନା

Advertisment

ମ୍ୟାଚ୍ ବେଳେ ପୂର୍ବରୁ ରେକଡିଂ ହୋଇଥିବା ଦର୍ଶକଙ୍କ ପ୍ରତିକ୍ରିୟା ବାଜିବ। ଭିଡିଓ ମଧ୍ୟ ପ୍ରସାରିତ ହେବ।

ମ୍ୟାଚ୍ ବେଳେ ପୂର୍ବରୁ ରେକଡିଂ ହୋଇଥିବା ଦର୍ଶକଙ୍କ ପ୍ରତିକ୍ରିୟା ବାଜିବ। ଭିଡିଓ ମଧ୍ୟ ପ୍ରସାରିତ ହେବ।

ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

କରୋନା ମହାମାରୀ ସଙ୍କଟ ଭିତରେ ଖେଳାଯିବାକୁ ଥିବା ଆଇପିଏଲ୍-୧୩ରେ ଅନେକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଦର୍ଶକଙ୍କ ଅନୁପସ୍ଥିତିରେ ଆଇପିଏଲ୍ ଖେଳାଯିବ। ଚୌକା, ଛକା କିମ୍ବା ୱିକେଟ୍ ପଡ଼ିଲେ ଚିୟରଲିଡର୍ସଙ୍କୁ ମନ୍ତମୁଗ୍ଧକର ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିବନି। ତେବେ ଖେଳାଳିଙ୍କୁ ଖାଲି ଷ୍ଟାଡିୟମ୍‌ରେ ଉତ୍ସାହିତ କରିବା ଏବଂ ଗ୍ୟାଲେରିରେ ଦର୍ଶକ ବସିଥିବାର ଭ୍ରମ ସୃଷ୍ଟି କରିବା ଲାଗି ବିସିସିଆଇ ବିଭିନ୍ନ ଯୋଜନା କରିଛି। ଆସନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା। ତେବେ ପ୍ରଶଂସକଙ୍କୁ ସେମାନେ ନିଶ୍ଚିତ ଭାବେ ମିସ୍ କରିବେ ବୋଲି ମହମ୍ମଦ ସାମି, ଭୁବନେଶ୍ବର କୁମାର ଓ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି କହିଛନ୍ତି।
୧- ମ୍ୟାଚ୍ ବେଳେ ପୂର୍ବରୁ ରେକଡିଂ ହୋଇଥିବା ଦର୍ଶକଙ୍କ ପ୍ରତିକ୍ରିୟା ବାଜିବ। ଭିଡିଓ ମଧ୍ୟ ପ୍ରସାରିତ ହେବ।
୨- ଚୌକା, ଛକା ଓ ୱିକେଟ୍ ପତନ ବେଳେ ବଡ଼ ପରଦାରେ ଚିୟରଲିଡର୍ସ ନାଚୁ ଥିବାର ଦୃଶ୍ୟ ଦେଖିବାକୁ ମିଳି‌ବ।
୩- କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଦର୍ଶକଙ୍କୁ ବସାଇ ସେମାନଙ୍କ ପ୍ରତିକ୍ରିୟା ଷ୍ଟାଡିୟମ୍‌ ଭିତରେ ପ୍ରସାରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe