ପଞ୍ଚରାଷ୍ଟ୍ରୀୟ ହକିରେ ଭାରତ ଅପରାଜେୟ: ଅନୁ, ନିକିତା, ବୈଷ୍ଣବୀଙ୍କ ଗୋଲ୍‌ରେ ହାରିଲା ଆମେରିକା

ଭାରତୀୟ ମହିଳା ହକିର ଶ୍ରେଷ୍ଠ ମୁହୂର୍ତ

ପଞ୍ଚରାଷ୍ଟ୍ରୀୟ ହକିରେ ଭାରତ ଅପରାଜେୟ: ଅନୁ, ନିକିତା, ବୈଷ୍ଣବୀଙ୍କ ଗୋଲ୍‌ରେ ହାରିଲା ଆମେରିକା

ଡବଲିନ: ଆୟର୍ଲାଣ୍ଡର ଡବଲିନଠାରେ ଚାଲିଥିବା ପଞ୍ଚରାଷ୍ଟ୍ରୀୟ ୨୩ ବର୍ଷରୁ କମ୍ ହକି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି। ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍ ଭାରତୀୟ ଦଳ ଆମେରିକାକୁ ଏକତରଫା ଭାବେ ୪-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅନୁ (୪୯ ଓ ୫୨ ମିନିଟ୍) ଦୁଇଟି ଗୋଲ୍ ଦେଇଥିଲା ବେଳେ ନିକିତା ଟପ୍ପୋ (୪୮ ମିନିଟ୍) ଓ ବୈଷ୍ଣବୀ ଫାଲ୍‌କେ (୫୮ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ନେଇଥିଲେ। ଆମେରିକା ପାଇଁ ଏକମାତ୍ର ଗୋଲ୍ ହନା ମିଲର (୪୬ ମିନିଟ୍) ଦେଇଥିଲେ। ଏହା ପୂର୍ବରୁ ବୁଧବାର ମ୍ୟାଚ୍‌ରେ ଭାରତ ୟୁକ୍ରେନକୁ ଦଳ ୩-୦ ଗୋଲ୍‌ରେ ୟୁକ୍ରେନ୍‌କୁ ପରାସ୍ତ କରିଥିଲା। ଭାରତର ନିକିତା ଟପ୍ପୋ (୩୩ ମିନିଟ୍‌), ମଞ୍ଜୁ ଚୌରସିୟା (୪୪ ମିନିଟ୍‌) ଓ ବିଉଟି ଡୁଙ୍ଗଡୁଙ୍ଗ (୫୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପୂର୍ବରୁ ଭାରତ ୪-୧ ଗୋଲ୍‌ରେ ଆୟୋଜକ ଆୟର୍ଲାଣ୍ଡ୍ସକୁ ହରାଇଥିଲା ବେଳେ ନେଦରଲାଣ୍ଡ୍ସ ବିପକ୍ଷରେ ୨-୨ରେ ଅମୀମାଂସିତ ରଖିଥିଲା।

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ୪୧ ବର୍ଷ ପରେ ଐତିହାସିକ ସଫଳତା ଅର୍ଜନ କରିଥିଲା। ବର୍ଷକ ପରେ ଭାରତୀୟ ମହିଳା ହକି ଦଳ କିନ୍ତୁ ନିଜ ଇତିହାସର ସର୍ବଶ୍ରେଷ୍ଠ ସଫଳତା ଅର୍ଜନ କରିଛି। ଚଳିତ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ଦଳର କାଂସ୍ୟ ପଦକ ବିଜୟ ନିଶ୍ଚିତ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷ ହୋଇନଥିଲେ ମଧ୍ୟ ଆର୍ଜେଣ୍ଟିନା, ନେଦରଲାଣ୍ଡସ ପଛକୁ ଭାରତ ତୃତୀୟ ସ୍ଥାନରେ ରହିବା ନିଶ୍ଚିତ ହୋଇଛି। ମହିଳା ହକି ଇତିହାସରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ୧୯୭୪ ବିଶ୍ବକପ୍‌ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ପାଇବା ଆଜିଯାଏ ଭାରତୀୟ ମହିଳା ହକିର ଶ୍ରେଷ୍ଠ ମୁହୂର୍ତ ହୋଇରହିଥିଲ। ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ପଦାର୍ପଣ ଋତୁରେ ଏହି ସଫଳତା ପାଇ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। କିନ୍ତୁ ବିଡ଼ମ୍ବନାର ବିଷୟ ଆସନ୍ତା ୨୦୨୨-୨୩ ଋତୁରେ ଭାରତ ଖେଳି ପାରିବ ନାହିଁ। ବାସ୍ତବରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ଭଳି କିଛି ଦଳ କୋଭିଡ୍ କାରଣରୁ ଓହରିଯିବାରୁ ଭାରତ ସୁଯୋଗ ପାଇଥିଲା। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ମଧ୍ୟ କାଂସ୍ୟ ପଦକ ଜିତିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe