ବୋଲର ଭୁଲ କରିନାହାନ୍ତି, କ୍ଲାସେଁ ଭଲ ବ୍ୟାଟି˚ କଲେ: ଶ୍ରେୟସ

Advertisment
ବୋଲର ଭୁଲ କରିନାହାନ୍ତି, କ୍ଲାସେଁ ଭଲ ବ୍ୟାଟି˚ କଲେ: ଶ୍ରେୟସ

Business Standard

କଟକ : ମ୍ୟାଚରେ ଭାରତୀୟ ବୋଲରମାନେ ଜିତିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଛନ୍ତି। ଭୁବନେଶ୍ବର କୁମାର ବରିଷ୍ଠ ଖେଳାଳି ଭାବେ ତାଙ୍କର ଭୂମିକାକୁ ଠିକ୍‌ ଭାବେ ନିଭାଇପାରିଛନ୍ତି। ହେଲେ ମଧ୍ୟବର୍ତ୍ତୀ ଓଭରମାନଙ୍କରେ ହେନରିକ କ୍ଲାସେଁ ସ୍ପିନରଙ୍କୁ ଟାର୍ଗେଟ କରିଥିଲେ। ବଲ୍‌ର ଦୂରତା ଓ ଉଚ୍ଚତାକୁ ମାପିପାରି ଭଲ ଟାଇମ୍‌ କରିପାରୁଥିଲେ। ଯାହା ବି ମାରୁଥିଲେ ବାଉଣ୍ତରି ବାହାରକୁ ଯାଉଥିଲା। ଆମ ବୋଲର ତାଙ୍କୁ ଅଟକାଇବା ପାଇଁ ବଲ୍‌ର ଗତିରେ ପରିବର୍ତ୍ତନ କରିଥିଲେ। କିନ୍ତୁ ସବୁ ରଣନୀତି ଫେଲ ମାରିଥିଲା। ତଥାପି ସବୁ ଶ୍ରେୟ କ୍ଲାସେଁଙ୍କ ପାଖକୁ ଯିବ ବୋଲି ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶ୍ରେୟର ଆୟର ସୂଚନା ଦେଇଛନ୍ତି।

ତେବେ ବ୍ୟାଟି˚ରୁ ଭାରତ ୧୬୦ ରନ୍‌ କରିବାକୁ ଲକ୍ଷ୍ୟ ରଖିଥିଲା ବେଳେ ୧୨ ରନ୍‌ କମ୍‌ ହୋଇଗଲା। ଯଦି ଆମ ଲକ୍ଷ୍ୟ ଅନୁସାରେ ରନ୍‌ ସ˚ଗ୍ରହ ହୋଇଥା’ନ୍ତା, ତାହେଲେ ଆମ ପାଇଁ ଜିତିବା ସମ୍ଭାବନା ରହିଥାନ୍ତା। କିନ୍ତୁ ଏହି ମ୍ୟାଚ୍‌ର ଫଳାଫଳରେ ପିଚ୍‌ର ବଡ଼ ଭୂମିକା ଥିଲା। ବ୍ୟାଟି˚ ସହଜ ଲାଗୁଥିଲେ ମଧ୍ୟ ଖେଳିବା ବେଳେ ପିଚ୍‌କୁ ପରଖିବା ମୋ ପକ୍ଷେ ସମ୍ଭବ ହୋଇନଥିଲା। ଏପରିକି ନୂଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚ୍‌କୁ ପରଖିବା କଷ୍ଟକର ହୋଇଥିଲା। ପିଚ୍‌ରେ ଭିନ୍ନଭିନ୍ନ ପ୍ରକାରର ବାଉନ୍ସ ହେଉଥିଲା। ତଥାପି ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଏହାର ଫାଇଦା ଭଲଭାବେ ଉଠାଇପାରିଥିବାରୁ ସେମାନେ ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe