Times Now
ବର୍ମିଂହାମ: ଇଂଲଣ୍ଡର କଷ୍ଟକର ପିଚ୍ରେ ଶତକ ହାସଲ କରି ଭାରତୀୟ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ନିଜ ଖ୍ୟାତିକୁ ବଢ଼ାଇଛନ୍ତି। ଖେଳ ଜୀବନକୁ ମଧ୍ୟ ଜାଦେଜା ଆଗକୁ ନେବାକୁ ବଡ଼ ଆତ୍ମବିଶ୍ବାସ ପାଇଛନ୍ତି। ୧୯୪ ବଲ୍ରୁ ୧୦୪ ରନ୍ ସଂଗ୍ରହ କରିବା ସାଙ୍ଗକୁ ଋଷଭ ପନ୍ତ୍ (୧୪୬)ଙ୍କ ସହ ଷଷ୍ଠ ୱିକେଟ୍ ଭାଗୀଦାରିରେ ୨୨୨ ରନ୍ ଯୋଡିଥିଲେ। ବିଦେଶ ମାଟିରେ ଏହା ଥିଲା ଜାଦେଜାଙ୍କ ପ୍ରଥମ ଶତକ। ‘ଦେଶ ବାହାରେ ଶତକ ହାସଲ କରିଥିବାରୁ ଅତ୍ୟନ୍ତ ଖୁସି, ତା’ ପୁଣି ଇଂଲଣ୍ଡରେ ହୋଇଥିବାରୁ ଜଣେ ଖେଳାଳି ଭାବେ ମୋ ପାଇଁ ବଡ଼ କଥା’ ବୋଲି କହିଛନ୍ତି ଏହି ବାମହାତୀ ସୌରାଷ୍ଟ୍ର ଅଲ୍ରାଉଣ୍ଡର। ଇଂଲଣ୍ଡର ସୁଇଙ୍ଗିଙ୍ଗ୍ କଣ୍ଡିସନ୍ରେ ଶତକ ମୋ ଆତ୍ମବିଶ୍ବାସ ବଢ଼ାଇଛି’ ବୋଲି ମଧ୍ୟ ଜାଦେଜା ପ୍ରକାଶ କରିଛନ୍ତି। ଇଂଲଣ୍ଡ ପରିବେଶରେ ନିଜ ଅଫ୍ ଷ୍ଟମ୍ପ୍ ସ୍ଥିତି ଜାଣିବା ଗୁରୁତ୍ବପୂର୍ଣ୍ଣ। ଅଫ ଷ୍ଟମ୍ପ୍ ବାହାର ବଲକୁ ଛାଡ଼ିବାର ଆବଶ୍ୟକତା ଥାଏ। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ବ୍ୟାଟିଂ କରିବାର ଆହ୍ବାନ ମଧ୍ୟ ଥାଏ। ୪୦, ୫୦ ହେଉ କି ୭୦ ରନ୍ ଭଲ୍ ବଲରେ ତୁମେ ଆଉଟ୍ ହେବାର ସମ୍ଭାବନା ରହିଥାଏ। ଭଲ ବଲ୍ ପଡ଼ିଲେ ମୁଁ କିଛି କରିପାରିବି ନାହିଁ, କିନ୍ତୁ ଖରାପ ସଟ୍ କି ବାଉଣ୍ଡରି ପ୍ରୟାସରୁ ବିରତି ରହିପାରିବି। ମୋ ଇଲାକାରେ ବଲ୍ ଥିଲେ ନିଶ୍ଚିତ ସଟ୍ ଖେଳିପାରିବି ବୋଲି ଜାଦେଜା ପ୍ରକାଶ କରିଥିଲେ।
Follow Us