କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Advertisment

ଖର୍ଚ୍ଚ ହୋଇଛି ୨୫ କୋଟି ଟଙ୍କା, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ କ୍ରୀଡ଼ାବିତ୍‌ଙ୍କୁ ଦିଆଗଲା ଅର୍ଥ ପୁରସ୍କାର

ଖର୍ଚ୍ଚ ହୋଇଛି ୨୫ କୋଟି ଟଙ୍କା, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ କ୍ରୀଡ଼ାବିତ୍‌ଙ୍କୁ ଦିଆଗଲା ଅର୍ଥ ପୁରସ୍କାର

କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଇଟିଏଫ୍‌ ୧୪ ବର୍ଷରୁ କମ୍‌ ଏସିଆ କପ୍‌ ଆୟୋଜନକୁ ଆଉ ଅଳ୍ପ ଦିନ ବାକି ଥିଲା ବେଳେ ଏହାପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଥିବା ଟେନିସ୍‌ ସେଣ୍ଟରକୁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ଉକ୍ତ ଏସୀୟ ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହି ଟେନିସ୍ ସେଣ୍ଟରକୁ ଆନ୍ତର୍ଜାତିକ ଟେନିସ୍‌ ମହାସଂଘ ସ୍ବୀକୃତି ପ୍ରଦାନ କରିଛି। ଏହାମଧ୍ୟରେ ସିନ୍ଥେଟିକ୍‌ କୋର୍ଟ ସହିତ ୧୪୦୦ ଦର୍ଶକ ବସିବା ଭଳି ବ୍ୟବସ୍ଥା ରହିଛି। ଏଥିସହିତ ଜିମ୍ନାସିୟମ୍‌, ଖେଳାଳିଙ୍କ ଚେଞ୍ଜିଂ ରୁମ୍‌, ଅଡିଟୋରିୟମ, ଅତିଥିଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ, ମିଡିଆ ରୁମ୍‌, ବ୍ରଡକାଷ୍ଟ ଓ ପ୍ରଶାସନିକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଏହି କେନ୍ଦ୍ର ଭିତରେ ରହିଛି। ଟେନିସ୍‌ କମ୍ପ୍ଲେକ୍ସ ପରିସରରେ ୮ଟି ସିନ୍ଥେଟିକ୍‌ କୋର୍ଟ ରହିଛି। ସମସ୍ତ କୋର୍ଟ ଆନ୍ତର୍ଜାତିକ ମାନର ହୋଇଥିଲା ବେଳେ ଏଠାରେ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ଓ ଏସୀୟ ଟେନିସ୍‌ ମହାସଂଘର ମ୍ୟାଚ୍‌ଗୁଡ଼ିକ ଆୟୋଜନ ହୋଇପାରିବ। ଟେନିସ୍‌ ସେଣ୍ଟରକୁ ନିର୍ମାଣ କରିବା ପାଇଁ ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଦିଆଯାଇଛି।

publive-image
ଟେନିସ୍‌ ସେଣ୍ଟର ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଟେନିସ୍‌ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗର ସହଭାଗିତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏହାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମ୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଟେନିସ୍‌‌ ସେଣ୍ଟର ଯୋଡ଼ି ହେବା ଦ୍ବାରା ରାଜ୍ୟର ଟେନିସ୍‌ ଖେଳାଳିଙ୍କୁ ଉନ୍ନତମାନର ‌ଖେଳ ପରିବେଶ ଉପଲବ୍ଧ ହେବ। ଏଠାରେ ଅଭ୍ୟାସ କରି ଓଡ଼ିଶାର ଖେଳାଳିମାନେ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନ କରିପାରିବେ। ଏପରିକି ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଇ ପଦକଧାରୀଙ୍କୁ ସୃଷ୍ଟି କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଟେନିସ୍‌ ଖେଳାଳି କବିର ହଂସ, ଦେବାଶିଷ ସାହୁ, ସୋହିନି ମହାନ୍ତି, ଆରାଧ୍ୟା ବର୍ମା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କ୍ରୀଡ଼ା ବିଭାଗ ମଧ୍ୟ ରାଜ୍ୟର ଯୁବ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆହୁରି ଉନ୍ନତ କରାଇବା ପାଇଁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ।

ଏହି ଅବସରରେ ବିଭିନ୍ନ ଆନ୍ତର୍ଜାତିକ ଇଭେଣ୍ଟରେ ସଫଳତା ପାଇଥିବା ଅର୍ଚ୍ଚନା ମାଝୀ (ଖୋ‌ ଖୋ), ସ୍ବାଧୀନ ମାଝୀ (ଦୌଡ଼କୁଦ), ଦେବାଶିଷ ସାହୁ (ଟେନିସ୍‌) ଓ ଜୟନ୍ତୀ ବେହେରା (ପାରା ଆଥ୍‌ଲେଟ୍‌)ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥି‌ଲା ବେଳେ ପରବର୍ତ୍ତୀ ସମୟରେ ଜାତୀୟ ଇଭେଣ୍ଟଗୁଡ଼ିକରେ ସଫଳତା ପାଇଥିବା ୪୫ ଜଣ କ୍ରୀଡ଼ାବିତ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା ଅର୍ଥ ପୁରସ୍କାର ସହ ସମ୍ବର୍ଦ୍ଧନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, କ୍ରୀଡ଼ା ଓ ଯୁବ ସେବା ସଚିବ ଭିନିଲ କ୍ରିଷ୍ଣା, ଓଡ଼ିଶା ଟେନିସ୍‌ ସଂଘ ସଭାପତି ଅସିତ୍‌ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe