ଭାରତରେ ଜାନୁଆରି ୧୨ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମସାଲ ପରିକ୍ରମା

ଭାରତରେ ଜାନୁଆରି ୧୨ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମସାଲ ପରିକ୍ରମା

ବର୍ମିଙ୍ଗ୍‌ହାମ: ଆଗାମୀ ୨୦୨୨ ବର୍ମିଙ୍ଗ୍‌ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ରାଣୀଙ୍କ ଦ୍ବାରା ପ୍ରଦତ୍ତ ମସାଲ ଭାରତରେ ଆସନ୍ତାବର୍ଷ ଜାନୁଆରି ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରିକ୍ରମା କରିବ। ଏହା ମସାଲର ଆନ୍ତର୍ଜାତିକ ଯାତ୍ରାର ଅଂଶବିଶେଷ ରହିବ। ଆନ୍ତର୍ଜାତିକ ଯାତ୍ରା ଅବସରରେ ମସାଲ ୭୨ ରାଷ୍ଟ୍ର ପରିକ୍ରମା କରିବ ବୋଲି ବୁଧବାର କ୍ରୀଡ଼ା ଆୟୋଜକ କମିଟି ଘୋଷଣା କରିଛି। ଏହି ମସାଲ ଶୋଭାଯାତ୍ରା ଚଳିତ ବର୍ଷ ଅକ୍ଟୋବର ୭ ତାରିଖରୁ ବଙ୍କିମ୍‌ହାମ୍‌ ପ୍ୟାଲେସ୍‌ରୁ ଆରମ୍ଭ ହେବ। ଯେଉଁଠାରେ କି ରାଣୀ ଏଲିଜାବେଥ୍‌-୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କର ବାର୍ତା ଦେବେ। ଏହି ମସାଲ ୨୬୯ ଦିନ ଧରି ପରିକ୍ରମା କରିବାକୁ ଥିଲା ବେଳେ ପ୍ରତି ରା‌ଷ୍ଟ୍ରରେ ୨ରୁ ୪ ଦିନ ପର୍ଯ୍ୟନ୍ତ ବୁଲିବ।

ପ୍ରାୟ ୭୫୦୦ ମସାଲ ଧାରକଙ୍କ ଗହଣରେ ପାଖାପାଖି ୧ ଲକ୍ଷ ୪୦ ହଜାର କିଲୋମିଟର ପରିକ୍ରମା କରିବା ପରେ ଉଦ୍‌ଘାଟନୀ ସମାରେ‌ାହ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ଥଳକୁ ଫେରିବ। ଭାରତରେ ୪ ଦିନ ପରିକ୍ରମା କରିବା ପୂର୍ବରୁ ମସାଲ ପାକିସ୍ତାନରେ ୩ ଦିନ ଏବଂ ଏହାପରେ ମାଳଦୀପ, ଶ୍ରୀଲଙ୍କା ଓ ବାଂଲାଦେଶ ପରିକ୍ରମା କରିବ ବୋଲି ଆୟୋଜକ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୨୨ ବର୍ମିଙ୍ଗ୍‌ହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଆୟୋଜିତ ହେବାକୁ ଥିଲା ବେଳେ ଏଥରେ ୭୨ ରାଷ୍ଟ୍ରରୁ ପ୍ରାୟ ୪୫୦୦ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe