ବୀରୁ ଆରମ୍ଭ କଲେ କ୍ରିକେଟ୍ ଶିକ୍ଷା ଆପ୍ ‘କ୍ରିକରୁ’

Advertisment
ବୀରୁ ଆରମ୍ଭ କଲେ କ୍ରିକେଟ୍ ଶିକ୍ଷା ଆପ୍ ‘କ୍ରିକରୁ’

ଭୁବନେଶ୍ବର, : କ୍ରିକେଟ୍ ପଡ଼ିଆରେ ଛକା, ଚୌକା ପାଇଁ ପରିଚିତ ଥିବା ବିସ୍ଫୋରକ ବ୍ୟାଟର୍‌ ବୀରେନ୍ଦ୍ର ସେହବାଗ କ୍ରିକେଟ୍ ପ୍ରଶିକ୍ଷଣ ଓ ଶିକ୍ଷାକୁ ନୂଆ ସ୍ତରକୁ ନେବାକୁ ଚେଷ୍ଟା କରିଛନ୍ତି। ଆପ୍ ମାଧ୍ୟମରେ କ୍ରିକେଟ୍ ଶିକ୍ଷାର ଯୁଗାନ୍ତକାରୀ ପଦକ୍ଷେପ ନେଇ ସେ ‘କ୍ରିକରୁ’ ନାମକ ୱେବସାଇଟ୍ ଓ ଆପ୍ ଆରମ୍ଭ କରିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କ ସହ ମିଶି ବୁଧବାର ଏହି ଆପ୍ ଭିତ୍ତିକ କ୍ରିକେଟ୍ ପ୍ରଶିକ୍ଷକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ସେ। ଉଭୟ ଏହି ଆପ୍‌ର ସଙ୍କଳନ ଓ ବିକାଶ କରିଛନ୍ତି। କ୍ରିକେଟ୍ ପ୍ରଶିକ୍ଷଣ ଅଭିଜ୍ଞତାକୁ ପୁନଃ ପରିଭାଷିତ କରିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଆପ୍ ହେଉଛି ଦେଶର ପ୍ରଥମ ପ୍ରାୟୋଗିକ ଶିକ୍ଷା ଆପ୍। ବ୍ୟବହାରକାରୀଙ୍କ ପାଇଁ ଏହା ବ୍ୟକ୍ତିଗତ ପ୍ରଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିବ। ପ୍ରତ୍ୟେକ ଖେଳାଳିଙ୍କ ଦୋଷ ଦୁର୍ବଳତାକୁ ଆଖି ଆଗରେ ରଖି ପାଠ୍ୟକ୍ରମ ବ୍ୟକ୍ତିଗତ ଭାବେ ସେହବାଗ ଓ ବାଙ୍ଗର ପ୍ରସ୍ତୁତ କରିଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବୈଷୟିକ କୌଶଳକୁ ବ୍ୟବହାର କରାଯାଇ ପ୍ରସ୍ତୁତ ହୋଇଥିବା ‘କ୍ରିକରୁ’ ଆପ୍‌ରେ ବିଶ୍ବର ବଛାବଛା ୩୦ ଜଣ ପ୍ରଶିକ୍ଷକଙ୍କ ମାଷ୍ଟରକ୍ଲାସ୍ ରହିଛି। ତା’ ସହ ୪ ଘଣ୍ଟାର କ୍ୟୁରେଟେଡ୍ ଭିଡିଓ ବି ରହିଛି। ଯୁବ କ୍ରିକେଟର୍‌ଙ୍କୁ ଖେଳିବା ଶିଖାଇବା ସହ ଏହି ଆପ୍ ସେମାନଙ୍କ ପ୍ରଦର୍ଶନର ମୂଲ୍ୟାୟନ ବି କରିଥାଏ। ବ୍ୟବହାରକାରୀ ପ୍ରସିଦ୍ଧ ଖେଳାଳିଙ୍କ ଆତ୍ମ ଅନୁଭୂତିରୁ ମାନସିକ ସୁସ୍ଥତା ଏବଂ କଠିନତାର ଶିକ୍ଷା ବି ଲାଭ କରିବେ। ବୁଧବାର ଆପ୍‌ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ସେହବାଗ କହିଥିଲେ ଯେ କ୍ରିକେଟ୍ ଶିକ୍ଷାକୁ ଘରେ ଘରେ ପହଞ୍ଚାଇବା ଏବଂ ଏଥିରେ ଥିବା ଫାଟକୁ ଦୂର କରିବା। ଆମେ ଦେଶରେ ଏକ କ୍ରିକେଟ୍ କୋଚିଂ ଇକୋସିଷ୍ଟମ୍ ସୃଷ୍ଟି କରିବାକୁ ଚାହୁଛୁ। କ୍ରିକେଟରମାନଙ୍କୁ ନିରବଚ୍ଛିନ୍ନ ପ୍ରଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିବା ଏହାର ଲକ୍ଷ୍ୟ। ବାଙ୍ଗର ଏହି ଅବସରରେ କହିଥିଲେ ଯେ ଅନ୍ତର୍ଜାତୀୟ ସ୍ତରୀୟ ପ୍ରଶିକ୍ଷଣକୁ ଟାୟାର ୨ ଏବଂ ଟାୟାର ୩ ସହରଗୁଡ଼ିକରେ ପହଞ୍ଚାଇବା ଏହି ଆପ୍‌ ନିର୍ମାଣ କରିବାର ମୂଳ ଲକ୍ଷ୍ୟ। ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍‌ର ବର୍ଦ୍ଧିତ ବ୍ୟବହାର ପାଇଁ ଏହା ସମସ୍ତଙ୍କ ପାଖରେ ବେଶ୍ ଆଦୃତ ହେବ ବୋଲି ଆଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe