ସିଏସକେ ଘୋଷଣା କଲା ୧୮ ଜଣିଆ ଦଳ : ଟିମକୁ ଫେରିଲେ ସୁରେଶ ରାଇନା, ଦଳ ଛାଡ଼ିଲେ ହରଭଜନ

Advertisment
ସିଏସକେ ଘୋଷଣା କଲା ୧୮ ଜଣିଆ ଦଳ : ଟିମକୁ ଫେରିଲେ ସୁରେଶ ରାଇନା, ଦଳ ଛାଡ଼ିଲେ ହରଭଜନ

NDTV Sports

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗସରୁ ସରିଲା ହରଭଜନଙ୍କ ଯାତ୍ରା । ୨ ବର୍ଷ ପରେ ସ୍ପିନ୍ କିଙ୍ଗଙ୍କ ହାତ ଛାଡିଛି ସୁପରକିଙ୍ଗସ୍ । ତେବେ ଖେଳାଳି ପରିବର୍ତ୍ତନ ସମୟରେ ସୁପରକିଙ୍ଗସ୍ ସୁରେଶ ରାଇନାଙ୍କୁ ରଖିଥିବା ବେଳେ ହରଭଜନଙ୍କୁ ଛାଡି ଦେଇଛି । ୨ ବର୍ଷ ସୁପରକିଙ୍ଗସ୍ ପକ୍ଷରୁ ଖେଳିଥିବା ହରଭଜନ ସିଂ ଏହି ଅବସରରେ ଟୁଇଟ୍ କରି ସିଏସକେ ମ୍ୟାନେଜମେଂଟ ଓ ଫ୍ୟାନଙ୍କୁ ଜଣାଇଛନ୍ତି ଧନ୍ୟବାଦ୍ ।

୨୦୨୧ ଆଇପିଏଲ ପାଇଁ ଖେଳାଳି ନିଲାମୀ ଆରମ୍ଭ ହୋଇ ନ ଥିବା ବେଳେ ସିଏସକେ ନିଜ ୧୮ ଜଣିଆ ଦଳ ଘୋଷଣା କରିଛି । ସିଏସକେ ନିଜ ଟ୍ୱିଟର ଆକାଉଣ୍ଟରେ ଖେଳାଳିଙ୍କ ଲିଷ୍ଟ ସେୟାର କରିଛି । ମହେନ୍ଦ୍ର ସିଂ ଧୋନୀ ପୂବର୍ବଭଳି ଦଳର ଅଧିନାୟକ ରହିଛନ୍ତି । ନିମ୍ନରେ .ଖେଳାଳିଙ୍କ ପୂରା ତାଲିକା ଦିଆଗଲା।

ଦଳ: ମହେନ୍ଦ୍ର ସିଂ ଧୋନୀ, ସୁରେଶ ରାଇନା, ରିବନ୍ଦ୍ର ଜାଡେଜା, ସାମ କୁରାନ, ଫାପ ଡୁ ପ୍ଲେସିସ, ଦିପକ ଚହର, ଜୋସ ହାଜେଲହୁଡ, ଋତୁରାଜ ଗାଏକ୍ୱାର୍ଡ, ଏନ ଜଗଦିଶନ, ଲୁଙ୍ଗି ନିଗିଡି, ସାର୍ଦ୍ଦୁଲ ଠାକୁର, ଅମ୍ବାତି ରାଇଡୁ, ଆର ସାଇ କିଶୋର, ମିଚେଲ ସାଣ୍ଟନର, କରନ ଶର୍ମା, ଇମ୍ରାନ ତାହିର, କେଏମ ଆସିଫ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe