କରୋନାରେ ପୂର୍ବତନ ଫୁଟ୍‌ବଲର୍‌ଙ୍କ ମୃତ୍ୟୁ

Advertisment
କରୋନାରେ ପୂର୍ବତନ ଫୁଟ୍‌ବଲର୍‌ଙ୍କ ମୃତ୍ୟୁ

New Indian Express

ମାଲାପୁରମ୍: ପୂର୍ବତନ ଫୁଟ୍‌ବଲ୍‌ ତାରକା ଇ. ହାମ୍‌ସାକୋୟାଙ୍କର କେରଳରେ କରୋନା ଭୂତାଣୁ ଜନିତ ମୃତ୍ୟୁ ଘଟିଛି। ସେ ଜଣେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି। କେରଳ ମୂଳବାସିନ୍ଦା ହୋଇଥିଲେ ମଧ୍ୟ ସେ ପରେ ମୁମ୍ବାଇରେ ଅବସ୍ଥାନ କରିଥିଲେ। ଫଳରେ ସେ ମହାରାଷ୍ଟ୍ର ପାଇଁ ସନ୍ତୋଷ ଟ୍ରଫି ଖେଳିଥିଲେ। ସେ ମଧ୍ୟ ମୋହନବାଗାନ୍‌ ଓ ମହମ୍ମଡାନ୍‌ ସ୍ପୋର୍ଟିଂ ପକ୍ଷରୁ କ୍ଲବ୍‌ ଫୁଟ୍‌ବଲ୍‌ ଖେଳିଥିଲେ। ଏହା ବ୍ୟତୀତ ସେ ଜାତୀୟ ଦଳ ପାଇଁ ନେହରୁ ଟ୍ରଫି ଖେଳିଥିଲେ।

ମେ’ ୨୧ ତାରିଖରେ ପରିବାର ସହ ସେ ମୁମ୍ବାଇରୁ ନିଜ ଘରୋଇ ସହରକୁ ଫେରିଥିଲେ। ସେବେଠାରୁ କ୍ବାରାଣ୍ଟାଇନ୍‌ରେ ରହିଥିଲେ। ହେଲେ ତାଙ୍କ କରୋନା ପରୀକ୍ଷା ପଜିଟିଭ୍‌ ଆସିଥିଲା ବେଳେ ଶନିବାର ପୂର୍ବାହ୍ନରେ ମାଲାପୁରମ୍‌ସ୍ଥିତ ଏକ ହସ୍ପିଟାଲରେ ପରଲୋକ ଗମନ କରିଛନ୍ତି। ପାରାପ୍ପାନାନଗାଡି ବାସିନ୍ଦା ହାମ୍‌ସାକୋୟାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କ ପରିବାରର ୫ ସଦସ୍ୟଙ୍କ କରୋନା ପରୀକ୍ଷା ମଧ୍ୟ ପଜିଟିଭ୍ ରହିଛି। ସମସ୍ତେ ଏବେ ଚିକିତ୍ସିତ ହେଉଛନ୍ତି। ମାଲାପୁରମ୍‌ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. କେ ସାକିନାଙ୍କ କହିବା କଥା ହେଲା, ହାମ୍‌ସାକୋୟାଙ୍କ ପତ୍ନୀ ଓ ପୁଅଙ୍କଠାରେ ପ୍ରଥମେ କରୋନା ଭୂତାଣୁ ଲକ୍ଷଣ ଦେଖାଦେଇଥିଲା। ତେଣୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ହାମ୍‌ସାକୋୟାଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ପୂର୍ବରୁ ନିମୋ‌ନିଆରେ ପୀଡ଼ିତ ଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଜୁନ୍‌ ୫ ତାରିଖରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ବେ ଶନିବାର ପୂର୍ବାହ୍ନ ୬.୩୦ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe