ଦିଲ୍ଲୀ, ଅହମଦାବାଦ ଅଭ୍ୟାସ ଆଇପିଏଲ୍‌ ଜୈବ ବଳୟ ଭୁଶୁଡ଼ିବାର ମୁଖ୍ୟ କାରଣ

Advertisment

ଅବଶିଷ୍ଟ ଆଇପିଏଲ୍‌ ପାଇଁ ଇଂଲଣ୍ଡ ଖେଳାଳି ଉପଲବ୍‌ଧ ହେବେନି

ଅବଶିଷ୍ଟ ଆଇପିଏଲ୍‌ ପାଇଁ ଇଂଲଣ୍ଡ ଖେଳାଳି ଉପଲବ୍‌ଧ ହେବେନି

ନୂଆ ଆଇପିଏଲ୍ ଦଳ ପାଇଁ ଟେଣ୍ଡର ସମୟ ସୀମା ବଢ଼ାଇଲା ବିସିସିଆଇ

InsideSport

ନୂଆଦିଲ୍ଲୀ: ଅଭ୍ୟାସ ପାଇଁ ବିକଳ୍ପ ବ୍ୟବସ୍ଥା ନଥିବା ଦିଲ୍ଲୀ ଓ ଅହମଦାବାଦ ଭଳି ସହରରେ ଦ୍ବିତୀୟ ପର୍ଯ୍ୟାୟ ଆୟୋଜନ କରିବା ଆଇପିଏଲ୍-୨୦୨୧ ଅଧାରୁ ସ୍ଥଗିତ ରହିବାର ମୁଖ୍ୟ କାରଣ। ଏଭଳି ମନ୍ତବ୍ୟ ବିଶେଷଜ୍ଞମାନେ ଦେଇଥିଲା ବେଳେ ବିସିସିଆଇ ଅଧିକାରୀମାନେ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ବିଶେଷଜ୍ଞଙ୍କ ମତରେ ଉଭୟ ଦିଲ୍ଲୀ ଓ ଅହମଦାବାଦ, ସେଠାରେ ଖେଳୁଥିବା ଖେଳାଳିମାନଙ୍କୁ ଅଭ୍ୟାସ କରିବା ଲାଗି ବିକଳ୍ପ ସୁବିଧା ସୁଯୋଗ ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା। ଏହି ଦୁଇ ସହରରେ ଚାରିଟି ଲେଖାଏଁ ଦଳ ରହୁଥିଲେ। ହେଲେ କେବଳ ମୁଖ୍ୟ ଷ୍ଟାଡିୟମ୍‌କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନ ଆପାତତଃ କଟକଣା ମୁକ୍ତ ରହୁଥିଲା। ସାଧାରଣ ଜନତାଙ୍କ ପ୍ରବେଶ ଉପରେ ଅଙ୍କୁଶ ଥିଲେ ମଧ୍ୟ ପଡ଼ିଆ କର୍ମଚାରୀମାନେ ସେଠାକୁ ଅନାୟସରେ ଯିବା ଆସିବା କରିପାରୁଥିଲେ। ଏହା ହିଁ ଆଇପିଏଲ୍‌ ଜୈବ ବଳୟକୁ କରୋନା ଧସେଇ ପଶିବାର ମୁଖ୍ୟ କାରଣ।

ଦିଲ୍ଲୀରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସ ଭଳି ଦଳ ରୋସନାରା କ୍ଲବ୍ ପଡ଼ିଆରେ ଅଭ୍ୟାସ କରୁଥିଲା। ଅହମଦାବାଦରେ ଥିବା ଦଳଗୁଡ଼ିକ ଗୁଜୁରାଟ କଲେଜ୍ ପଡ଼ିଆରେ ଅଭ୍ୟାସ କରିବାକୁ ବାଧ୍ୟ ହୋଇଥିଲେ। ଉଭୟ ସ୍ଥାନ ଜନଗହଳିପୂର୍ଣ୍ଣ ଓ ଅତ୍ୟନ୍ତ ସଂକୀଣ୍ଣ ସଡ଼କ ଦ୍ବାରା ସଂଯୋଗ ହୋଇଥିଲା ବେଳେ ଦୁଇଟି ଯାକ ସହରର ପୂରାତନ ଅଞ୍ଚଳରେ ଅବସ୍ଥିତ। ଅହମଦାବାଦର ମୋଟେରାରେ ଥିବା ଅଭ୍ୟାସ ପଡ଼ିଆରେ ଆଉ ଏକ ସମସ୍ୟା ଥିଲା ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ। ଏଠାରେ ବଡ଼ ସଟ୍ ଅଭ୍ୟାସ କରିବା କଷ୍ଟକର ହୋଇଥିଲା ବେଳେ ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ ଅଧିକାରୀମାନେ ସେଠାରେ ନିୟମିତ ଭାବେ ଉପସ୍ଥିତ ରହୁଥିଲେ।

ଗୁଜୁରାଟ କଲେଜ ପଡ଼ିଆରେ ତ ମାଳି, ସୁରକ୍ଷାକର୍ମୀ ଓ ଅନ୍ୟମାନଙ୍କର ଅବାଧ ପ୍ରବେଶ ଥିଲା। ଏଠାରେ ସଂକ୍ରମିତ ହେବାର ସର୍ବାଧିକ ସମ୍ଭାବନା ଥିଲା। କୋଲକାତା ନାଇଟ୍ ରାଇଡର୍ସ ସମେତ ତିନିଟି ଦଳ ଏଠାରେ ଅଭ୍ୟାସ କରୁଥିଲେ। ଆଉ କୋଲକାତାର ହିଁ ସବୁଠୁ ଅଧିକ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ରୋସନାରା କ୍ଲବ୍ ପଡ଼ିଆ ୯୦ ବର୍ଷ ତଳେ ସ୍ଥାପିତ ହୋଇଥିଲା। ଏଠାରେ ପହଞ୍ଚିବା ଲାଗି ଖେଳାଳିମାନଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ଦେଇ ଯିବାକୁ ହେଉଥିଲା। ଏଠାରେ କିଛି ସ୍ଥାନୀୟ କର୍ମଚାରୀ ବି କାମ କରୁଥିଲେ। ସେମାନଙ୍କଠାରୁ କରୋନା ସଂକ୍ରମିତ ହୋଇ ଥିବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇନପାରେ।

ଲଣ୍ଡନ୍‌: କୋଭିଡ୍‌ ସଂକ୍ରମଣ ପାଇଁ ଅଧାରୁ ଅଟକିଥିବା ଆଇପିଏଲ୍-୧୪ରୁ ଅବଶିଷ୍ଟ ୩୧ ମ୍ୟାଚ୍‌ ପୁନଃ ନିର୍ଧାରିତ ହେଲେ ବି ଇଂଲଣ୍ଡ ଖେଳାଳିମାନେ ଏଥିଲାଗି ଉପଲବ୍‌ଧ ହେବା ସମ୍ଭାବନା କ୍ଷୀଣ। ଇଂଲଣ୍ଡ୍ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବାର୍ଡ (ଇସିବି)ର କ୍ରିକେଟ୍‌ ନିର୍ଦ୍ଦେଶକ ଆସ୍‌ଲେ ଜାଇଲ୍ସ ଏଭଳି ସଂକେତ ଦେଇଛନ୍ତି। କାରଣ ଜୁନ୍‌ ମାସଠାରୁ ଇଂଲଣ୍ଡର ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ଖେଳସୂଚୀ ଲାଗି ରହିବ। ଭାରତ-ଇଂଲଣ୍ଡ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଜୁଲାଇ-ଅଗଷ୍ଟରେ ଖେଳାଯିବା ପରେ ଆଇପିଏଲ୍‌କୁ ଆଗାମୀ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ (ଅକ୍ଟୋବର-ନଭେମ୍ବର) ପୂର୍ବରୁ କିମ୍ବା ପରେ କରିବାକୁ ବିସିସିଆଇ ଯୋଜନା କରୁଛି। ଏହା ଛଡ଼ା ଇଂଲଣ୍ଡ ଦଳର ପାକିସ୍ତାନ ଓ ବାଂଲାଦେଶ ଗସ୍ତ ମଧ୍ୟ ସେପ୍ଟେମ୍ବର-ଅକ୍ଟୋବରରେ ରହିଛି। ସେହିଭଳି ବିଶ୍ବକପ୍‌ ପରେ ପରେ ଇଂଲଣ୍ଡ ମଧ୍ୟ ଆସେସ୍‌ ଶୃଙ୍ଖଳା ଖେଳିବ। ତେଣୁ ଇଂଲଣ୍ଡ ଖେଳାଳିମାନେ ଜାତୀୟ ଦଳ ପାଇଁ ଉପଲବ୍‌ଧ ‌ହେବେ ବୋଲି ଜାଇଲ୍ସ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମୋଟ ୧୧ ଜଣ ଇଂଲିସ୍‌ ଖେଳାଳି ଆଇପିଏଲ୍‌ର ବିଭିନ୍ନ ଫ୍ରାଞ୍ଚାଇଜ୍‌ ସହ ଚୁକ୍ତିବଦ୍ଧ ରହିଛନ୍ତି। ଏହା ଛଡ଼ା ଇଂଲଣ୍ଡ ଖେଳାଳିମାନେ ମଧ୍ୟ ପ୍ରଥମ ଥର ପାଇଁ ଖେଳାଯିବାକୁ ଥିବା ଦ ହଣ୍ଡ୍ରେଡ୍‌ରେ ଭାଗନେବେ। ‌ମେ’ ୨୮ ସୁଦ୍ଧା ଇଂଲଣ୍ଡ ଖେଳାଳିମାନେ ସେମାନଙ୍କ ଜୈବ ସୁରକ୍ଷିତ ବଳୟ ଭିତରେ ପ୍ରବେଶ କରିଯିବେ‌ ବୋଲି ଯୋଜନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe