ସନ୍ତରଣରେ ଆମେରିକା ଓ ଚୀନ୍‌ର ଆଧିପତ୍ୟ

Advertisment
ସନ୍ତରଣରେ ଆମେରିକା ଓ ଚୀନ୍‌ର ଆଧିପତ୍ୟ

ଟୋକିଓ : ଚଳିତ ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଆମେରିକା ପୁରୁଷ ଓ ଚୀନ୍‌ ମହିଳା ସନ୍ତରଣରେ ଆଧିପତ୍ୟ ବିସ୍ତାର କରିଛନ୍ତି। ଉଭୟ ଆମେରିକା ଓ ଚୀନ୍‌ ସୁଇମଂ ପୁଲ୍‌ରେ ଦୁଇଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତି ନିଜର ଦବ୍‌ଦବା ଜାହିର କରିଛନ୍ତି। କାଇଲେବ୍‌ ଡ୍ରେସେଲ ବ୍ଲୁ ରିବଣ୍ଡ ପୁରୁଷ ୧୦୦ ମିଟର ଫ୍ରି‌ଷ୍ଟାଇଲ ସ୍ବର୍ଣ୍ଣ ଜିତିଥିଲା ବେଳେ ଅନ୍ୟତମ ଆମେରିକୀୟ ବବି ଫିଙ୍କେ ୮୦୦ ମିଟର ଫ୍ରି‌ଷ୍ଟାଇଲ ସ୍ବର୍ଣ୍ଣ କରାୟତ କରିଥିଲେ। ବିଶ୍ବ ବିଜେତା ଡ୍ରେସେଲ ୧୦୦ ମିଟରକୁ ୪୭.୦୨ ଟାଇମିଂ ସହ ଜିତି ଏକ ଅଲିମ୍ପିକ୍‌ କୀର୍ତ୍ତିମାନ ରଚିଥିଲେ। ଏହିକ୍ରମରେ ସେ ରିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆର କାଇଲ ଚାଲ୍‌ମର୍‌ସଙ୍କ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିଲେ। ଏହା ଡ୍ରେସେଲଙ୍କ ଚତୁର୍ଥ ଅଲିମ୍ପିକ୍‌ ସ୍ବର୍ଣ୍ଣ ହୋଇଥିଲା ବେଳେ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରଥମ। ଏହା ପୂର୍ବରୁ ରିଓ‌ରେ ସେ ଦୁଇଟି ରିଲେ ପଦକ ଜିତିଥିଲେ। ସେହିପରି ବବି ଫିଙ୍କେ ୭:୪୧.୮୭ ଟାଇମିଂ ସହ ୮୦୦ ମିଟରରେ ସ୍ବର୍ଣ୍ଣ ଜିତି ନେଇଥିଲେ। ଇଟାଲିର ବିଶ୍ବ ବିଜୟିନୀ ଗ୍ରିଗୋରିଆ ପାଲ୍‌ଟଅିନିଏରି ଏବଂ ୟୁକ୍ରେନ୍‌ର ମିଖାଇଲୋ ରୋମାନଚୁକ୍‌ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ।

ଅନ୍ୟପକ୍ଷରେ ଟୋକିଓ ସୁଇମିଂ ପୁଲ୍‌ରେ ଚୀନ୍‌କୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ଝାଙ୍ଗ୍‌ ୟୁଫେଇ। ସେ ମହିଳା ୨୦୦ ମିଟର ବଟ୍ଟରଫ୍ଲାଇ ସ୍ବର୍ଣ୍ଣ ଜିତିବା ପରେ ୟୁଫେଇଙ୍କୁ ନେଇ ଗଠିତ ୪ ଗୁଣା ୨୦୦ ମିଟର ଫ୍ରି‌ଷ୍ଟାଇଲ ରିଲେ ଦଳ ସ୍ବର୍ଣ୍ଣ କରାୟତ କରିଥିଲା। ୨୦୦ ମିଟରରେ ଝାଙ୍ଗ୍‌ ୨:୦୩.୮୬ ଟାଇମିଂ ପାଇଥିଲେ ଯାହାକି ଏକ ଅଲିମ୍ପିକ୍‌ କୀର୍ତ୍ତିମାନ ଥିଲା। ଏହା ପୂର୍ବରୁ ସେ ୧୦୦ ମିଟର ବଟ୍ଟରଫ୍ଲାଇରେ ରୌପ୍ୟ ପଦକ ହାସଲ କରିଥିଲେ। ୪ ଗୁଣା ୨୦୦ ମିଟର ଫ୍ରି‌ଷ୍ଟାଇଲ ରିଲେରେ ସ୍ବର୍ଣ୍ଣ ଦାବିଦାର ଅଷ୍ଟ୍ରେଲିଆର ଆଧିପତ୍ୟକୁ ଶେଷ କରିଥିବା ଚୀନ୍‌ ମଧ୍ୟ ଏକ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲା।

ଅନ୍ୟପକ୍ଷରେ ପୁରୁଷ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ଅଷ୍ଟ୍ରେଲିଆର ଜାକ୍‌ ଷ୍ଟୁବ୍‌ଲେଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୪ ଟୋକିଓ ଅଲିମ୍ପିକ୍ସ ପରଠାରୁ ଏହି ଇଭେଣ୍ଟରେ ଅଷ୍ଟ୍ରେଲିଆ ପାଇଁ ଏହାଥିଲା ପ୍ରଥମ ପଦକ। ୧୯୬୪ରେ ଲାନ୍‌ ଓ’ବ୍ରିଏନ୍‌ ପଦକ ଜିତିବା ପରେ ଆଉ କେହି ସ୍ବର୍ଣ୍ଣ ଜିତିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe