Times of India
ନୂଆଦିଲ୍ଲୀ: ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଅବସାନ ଘଟିଛି। ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ପରେ ଉଭୟ କୋହଲି ଓ ଗାଙ୍ଗୁଲି ପରସ୍ପର ସହ ହାତ ମିଳାଇବା ସାଙ୍ଗକୁ କଥାବାର୍ତ୍ତା ମଧ୍ୟ କରୁଥିବାର ଦେଖାଯାଇଥିଲା। ପୂର୍ବରୁ ଏହି ଦୁଇ ଦଳ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଇଥିବା ମ୍ୟାଚ୍ରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏବଂ ଆର୍ସିବି ଅଧିନାୟକ ହାତ ମିଳାଇନଥିଲେ। ଏହି ଘଟଣା ପରେ ସମସ୍ତେ ଭାବିଥିଲେ ଏମାନଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଛି। କିନ୍ତୁ ଶନିବାର ଘଟଣା ପରେ ଏମାନଙ୍କ ମଧ୍ୟରେ ସେପରି କିଛି ଖରାପ ସମ୍ପର୍କ ନଥିବା ସ୍ପଷ୍ଟ ହୋଇଛି।
Follow Us