ପ୍ରଥମ ସନ୍ତାନର ପିତା ହେଲେ ୱିଲିୟମସନ୍‌

Advertisment
ପ୍ରଥମ ସନ୍ତାନର ପିତା ହେଲେ ୱିଲିୟମସନ୍‌

ୱେଲିଂଟନ୍‌ : ‌ନ୍ୟୁଜିଲାଣ୍ଡ କ୍ରି‌କେଟ୍‌ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ଏବଂ ତାଙ୍କ ପତ୍ନୀ ସାରା ରହିମ ବୁଧବାର ପ୍ରଥମ ସନ୍ତାନର ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି। ବୁଧବାର ୱିଲିୟମସନ୍‌ ନିଜ ନବଜାତକ ଝିଅର ‌ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପିତା ହେବାର ସୂଚନା ଦେଇଥିଲେ। ଏହାର ‌ଶିରୋନାମାରେ ସେ ଲେଖିଥିଲେ ‘ଆମ ପରିବାରକୁ ଏକ ସୁନ୍ଦର ଝିଅ ଆସିଛି। ଖୁସିର ସହ ଏହାକୁ ସ୍ବାଗତ କରୁଛି।’ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରି ୱିଲିୟମସନ୍‌ଙ୍କୁ ମଧ୍ୟ ପିତୃତ୍ବ ଛୁଟି ମିଳିଥିଲା। ସନ୍ତାନ ଜନ୍ମ ସମୟରେ ପତ୍ନୀ ସାରାଙ୍କ ସହିତ ଉପସ୍ଥିତ ରହିବା ଲାଗି ‌ୱିଲିୟମସନ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଖେଳିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe