ଫେବ୍ରୁଆରିରେ କଳିଙ୍ଗରେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍

Advertisment
ଫେବ୍ରୁଆରିରେ କଳିଙ୍ଗରେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍

first post

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତାବର୍ଷ ପ୍ରାରମ୍ଭରୁ ହକିପ୍ରେମୀ ଆଉ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଦେଖିବାକୁ ପାଇବେ। ଏଫ୍‌ଆଇଏଚ୍ ପୁରୁଷ ପ୍ରୋ ଲିଗ୍‌ ହକିର ଘରୋଇ ପର୍ଯ୍ୟାୟ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ହିଁ ଖେଳିବ ଭାରତୀୟ ହକି ଦଳ। ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍‌ ୨୦୨୧-୨୨ ଚଳିତ ବର୍ଷ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା ବେଳେ ଜୁନ୍ ୨୦୨୨ରେ ଶେଷ ହେବ। କଳିଙ୍ଗ ଷ୍ଟାଡିୟମ୍‌ରେ ସ୍ପେନ୍, ଜର୍ମାନି, ଆର୍ଜେଣ୍ଟିନା ଓ ଇଂଲଣ୍ଡ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବ।

ଫେବ୍ରୁଆରି ୨୬ ଓ ୨୭ ତାରିଖରେ ସ୍ପେନ୍‌କୁ ଭେଟିବା ପରେ ମାର୍ଚ ୧୨ ଓ ୧୩ରେ ଜର୍ମାନି ଏବଂ ୧୯ ଓ ୨୦ ତାରିଖରେ ଆର୍ଜେଣ୍ଟିନାର ମୁକାବିଲା କରିବ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଏପ୍ରିଲ ୨ ଓ ୩ ତାରିଖରେ ଖେଳିବ। ଭାରତ ଏଠାରେ ମୋଟ ୮ଟି ମ୍ୟାଚ୍ ଖେଳିବ। ଏଥିନେଇ ଆସନ୍ତା ଦିନେ ଦୁଇ ଦିନ ଭିତରେ ଆନୁଷ୍ଠାନିକ ଘୋଷଣା ହେବ। ସୂଚନାଯୋଗ୍ୟ ଯେ ପୁରୁଷ ଏଫଆଇଏଚ୍ ପ୍ରୋ ଲିଗ୍‌ର ଏହି ତୃତୀୟ ସଂସ୍କରଣରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ଇଂଲଣ୍ଡ, ଜର୍ମାନି, ଭାରତ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ ଓ ସ୍ପେନ୍ ଭଳି ୯ ଦଳ ଖେଳିବାର ଥିଲା। ହେଲେ କୋଭିଡ୍ ସଙ୍କଟ ପାଇଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଓହରିଯିବା ପରେ ଏବେ ୭ ଦଳକୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହେବ।

ଏବେସୁଦ୍ଧା ଜର୍ମାନି, ନେଦରଲାଣ୍ଡ୍ସ ଓ ବେଲଜିୟମକୁ ନେଇ ଚାରିଟି ମ୍ୟାଚ୍ ଖେଳାଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଖେଳାଯିବାର ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମଧ୍ୟ ଏଠାରେ ଏହି ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣରେ କିଛି ମ୍ୟାଚ୍ ଖେଳାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe