Ind vs SA 2nd Test : ପ୍ରଥମ ଦିନର ଖେଳ ଶେଷ, ଦକ୍ଷିଣ ଆଫ୍ରିକା ୨୪୭/୬

ଗୁଆହାଟୀ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନର ଷ୍ଟମ୍ସ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ୬ ଓ୍ବିକେଟ ହରାଇ ୨୪୭ ରନ କରିଛି । ଭାରତ ପକ୍ଷରୁ କୁଳଦୀପ ଯାଦବ ୩ଟି ଓ୍ବିକେଟ ନେଇଛନ୍ତି ।

Kuldeep

Kuldeep Yadav

ଗୁଆହାଟୀ : ଗୁଆହାଟୀ ଟେଷ୍ଟର (Ind vs SA 2nd Test ) ପ୍ରଥମ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନର ଷ୍ଟମ୍ସ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ୬ ଓ୍ବିକେଟ ହରାଇ ୨୪୭ ରନ କରିଛି ।

ଆଜି ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ଯାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଆଇଡେନ ମାର୍କରାମ ଓ ରିୟାନ ରିକଲଟନ ଏକ ଭଲ ଆରମ୍ଭ କରିଥିଲେ । ମାର୍କରାମ ୩୮ ରନ ଓ ରିକଲଟନ ୩୫  ରନ କରିଥିଲେ । ସେହିପରି ଟ୍ରିଷ୍ଟାନ ଷ୍ଟବ୍ସ ୪୯ ରନ ଓ ଟେମ୍ବା ବାଭୁମା ୪୧ ରନ କରିଥିଲେ । ଟୋନି ଡେ ଜୋରଜି ୨୮ ରନ ଓ ସେନୁରାମ ମୁଥୁସାମି ୨୫ ରନ କରିଥିଲେ । 

କୁଳଦୀପଙ୍କୁ ୩ ଓ୍ବିକେଟ୍ 

ଭାରତ ପକ୍ଷରୁ କୁଳଦୀପ ଯାଦବ ୩ଟି ଓ୍ବିକେଟ ନେଇଥିବାବେଳେ ଯସପ୍ରିତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୦ ରନରେ ପରାସ୍ତ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe