ପ୍ରଥମ ଓଡ଼ିଆ ବାଳିକା ଭାବେ ଜିତିଲେ ଜାତୀୟ ଟ୍ରଫି : ଆହାନ ରଚିଲେ ଇତିହାସ

Advertisment
ପ୍ରଥମ ଓଡ଼ିଆ ବାଳିକା ଭାବେ ଜିତିଲେ ଜାତୀୟ ଟ୍ରଫି : ଆହାନ ରଚିଲେ ଇତିହାସ

ଭୁବନେଶ୍ବର: ଓଡ଼ିଶା ଟେନିସ୍‌ ଇତିହାସରେ ନୂଆ ଫର୍ଦ ଯୋଡ଼ିଛନ୍ତି ଆହାନ। ପ୍ରଥମ ଓଡ଼ିଆ ବାଳିକା ଭାବେ ଜାତୀୟ ବାଳିକା (୧୨ ବର୍ଷରୁ କମ୍‌) ବିଜୟିନୀ ହୋଇଛନ୍ତି ଏହି ୧୧ ବର୍ଷୀୟ ଭୁବନେଶ୍ବର ଛାତ୍ରୀ। ମୁମ୍ବାଇରେ ଅନୁଷ୍ଠିତ ଆଇଟା ଜାତୀୟ ପ୍ରତିଯୋଗିତାରେ ନିଜ ବୟସ ବର୍ଗରେ ୨ ନମ୍ବର ମାତ୍ୟତାପ୍ରାପ୍ତ ଆହାନ ଫାଇନାଲ୍‌ରେ ଏକନମ୍ବର ଖେଳାଳି ହରିୟାଣାର ଆନନ୍ଦିତା ଉପାଧ୍ୟାୟକୁ ୬-୪, ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ବାଳିକା ଯୁଗଳରେ କିନ୍ତୁ ଆହାନ ଉପବିଜୟିନୀ ହୋଇଥିଲେ।

ହରିୟାଣାର ପ୍ରାଚୀ ମଲ୍ଲିକଙ୍କୁ ସାଥୀ କରି ଖେଳୁଥିବା ଆହାନ ଫାଇନାଲରେ ୬-୨, ୬-୭ (୫), ୮-୧୦ରେ ଆନନ୍ଦିତା ଉପାଧ୍ୟାୟ ଓ ହବିଶା ଚୌଧୁରୀଙ୍କଠାରୁ ହାରିଯାଇଥିଲେ। ନହରକଣ୍ଟାସ୍ଥିତ ଏସ୍‌ବେସ୍‌ ଟେନିସ୍ ଏକାଡେମିରେ ଅଜୟ ନିଶଙ୍କଠାରୁ ପ୍ରଶିକ୍ଷଣ ନେଇ ଏବେ ଶୀର୍ଷକୁ ଉଠିଛନ୍ତି। ପୂର୍ବରୁ ନିଶଙ୍କଙ୍କ ଅନ୍ୟତମ ଛାତ୍ର ମହେଶ ମହାପାତ୍ର ମଧ୍ୟ ୧୨ ବ‌ର୍ଷରୁ କମ୍ ବାଳକ ବର୍ଗରେ ଜାତୀୟ ଏକ ନମ୍ବର ମାନ୍ୟତା ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe