ପ୍ରଥମ ଟେ‌ଷ୍ଟ୍‌, ୱିଲିୟମ୍‌ସନ୍‌ ଓ ଲାଥାମ୍‌ ନ୍ୟୁଜିଲାଣ୍ଡ ସ୍ଥିତି ଦୃଢ଼ କଲେ

Advertisment
ୱିଲିୟମ୍‌ସନ୍‌ଙ୍କ ଦ୍ବିଶତକ; ନିକୋଲ୍‌ସ ଓ ମିଚେଲଙ୍କ ଶତକ, ନ୍ୟୁଜିଲାଣ୍ଡ୍‌ ୩୫୪ ରନ୍‌ ଆଗରେ

Sportskeeda

ହାମିଲଟନ୍‌: ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଏବଂ ପ୍ରାରମ୍ଭିକ ବ୍ୟାଟର୍‌ ଟମ୍‌ ଲାଥାମ୍‌ଙ୍କ ଅର୍ଧଶତକୀୟ ପାଳି ସାଙ୍ଗକୁ ଦ୍ବିତୀୟ ୱିକେଟ୍‌ରେ ୧୫୪ ରନ୍‌ର ଭାଗୀଦାରି ଘରୋଇ ନ୍ୟୁଜିଲାଣ୍ଡ୍‌କୁ ଦୃଢ଼ ସ୍ଥିତି ଦେଇଛି। ବର୍ଷା ଯୋଗୁଁ ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ଖେଳ ଆରମ୍ଭ ହୋଇପାରିନଥିଲା। ତେଣୁ ପ୍ରଥମ ଦିବସରେ ମାତ୍ର ୭୮ ଓଭର ଖେଳ ସମ୍ଭବ ହୋଇଥିଲା। ସେଥିରେ ନ୍ୟୁଜିଲାଣ୍ଡ୍‌ ୨୪୩/୨ କରିଥିଲା।

ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ‌ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ୍‌କୁ ଆମନ୍ତ୍ରଣ କରିଥିଲା। ହେଲେ ଏହି ନିଷ୍ପତ୍ତିକୁ ଘରୋଇ ବ୍ୟାଟ୍‌ସମ୍ୟାନ୍‌ମାନେ ମୁହଁତୋଡ଼ ଜବାବ ଦେଇଥିଲେ। ଲାଥାମ୍‌ଙ୍କ ସହ ୱିଲ୍‌ ୟଙ୍ଗ୍‌ ପାଳି ଆରମ୍ଭ କରିଥିଲେ। ତେବେ ଚତୁର୍ଥ ଓଭରର ଶେଷ ବଲ୍‌ରେ ସାନନ୍‌ ଗାବ୍ରିଏଲ୍‌ ପ୍ରଥମ ଝଟ୍‌କା ଦେଇଥିଲେ। ସେ ୟଙ୍ଗ୍‌(୫)ଙ୍କୁ ଶିକାର କରିଥିଲେ। ମାତ୍ର ଏହାପରେ ଦ୍ବିତୀୟ ୱିକେଟ୍‌ ପାଇଁ ଇଣ୍ଡିଜ୍‌ ବୋଲରଙ୍କୁ ନୟାନ୍ତ ହେବାକୁ ପଡ଼ିଥିଲା। ଉଭୟ ଲାଥାମ୍‌ ଓ ଅଧିନାୟକ ୱିଲିୟମ୍‌ସନ୍‌ କ୍ରିଜ୍‌ରେ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଦ୍ବିତୀୟ ୱିକେଟ୍‌ରେ ୧୫୪ ରନ୍‌ର ଭାଗୀଦାରି ଗଢ଼ିଥିଲେ। ହେଲେ ଶତକ ଆଡ଼କୁ ଅଗ୍ରସର ହେଉଥିବା ଲାଥାମ୍‌ (୮୬) ୫୭ତମ ଓଭରରେ କେମାର ରୋଚ୍‌ଙ୍କ ଦ୍ବାରା ବୋଲ୍‌ଡ ହୋଇଯାଇଥିଲେ। ଫଳରେ ସେ ୧୪ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଅବଶ୍ୟ ଏହାପରେ ଇଣ୍ଡିଜ୍‌ ବୋଲରମା‌ନଙ୍କୁ ଆଉ ୱିକେଟ୍‌ ସୁଯୋଗ ମିଳିନଥିଲା। ୱିଲିୟମ୍‌ସନ୍‌ଙ୍କ ସହ ଯୋଗ ଦେଇଥିବା ଅଭିଜ୍ଞ ରସ୍‌ ଟେଲର ଅବିଭାଜିତ ତୃତୀୟ ୱିକେଟ୍‌ରେ ୭୫ ରନ୍ ଯୋଡ଼ି ପ୍ରଥମ ଦିବସ ସ୍କୋର୍‌କୁ ୨୪୩/୨ରେ ପହଞ୍ଚାଇ ଦେଇଥିଲେ। ୱିଲିୟମ୍‌ସନ୍‌ (୯୭*) ଶତକଠାରୁ ମାତ୍ର ୩ ରନ୍‌ ଦୂରରେ ରହିଥିଲା ବେଳେ ଟେଲର ୩୧ ରନ୍‌ରେ ଅପରାଜିତ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୭୮ ଓଭରରେ ୨୪୩/୨ (ଟମ୍‌ ଲାଥାମ୍‌-୮୬, କେନ୍‌ ୱିଲିୟମ୍‌ସନ୍‌-୯୭*, ରସ୍‌ ଟେଲର-୩୧*, କେମାର ରୋଚ୍‌-୧/୫୩, ସାନନ୍‌ ଗାବ୍ରିଏଲ୍‌-୧/୬୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe