Hindi News18
ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଦ୍ରୁତ ବୋଲର ହର୍ଷଲ ପଟେଲ ଗତବର୍ଷର ଆଇପିଏଲ୍ରେ ସର୍ବାଧିକ ୨୧ ୱିକେଟ୍ ନେଇ ବାଇଗଣୀ ଟୋପି ଜିତିଥିଲେ। ଯାହା ତାଙ୍କ ଆଇପିଏଲ୍ ଜୀବନର ଗତିପଥ ବଦଳାଇ ଦେଇଥିଲା। ତେବେ ଏହା ପୂର୍ବରୁ ଏକାଧିକ ଫ୍ରାଞ୍ଚାଇଜ ତାଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଠିକ୍ ନିଲାମ ଦିନ ଓହରି ଯାଇଥିଲେ। ଅର୍ଥାତ୍ ଶେଷ ମୁହୂର୍ତ୍ତରେ ତାଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ସେହି କଠିନ ସମୟ କଥା ମନେ ପକାଇ ହର୍ଷଲ ମଙ୍ଗଳବାର ଦେଇଥିବା ସାକ୍ଷାତକାର ଅବସରରେ କହିଛନ୍ତି ଯେ ଦୁଃଖର କଥା ହେଲା ଅନେକ ସମୟରେ ବିଭିନ୍ନ ଫ୍ରାଞ୍ଚାଇଜର ତିନି ଚାରି ଜଣ ପ୍ରତିନିଧି ମୋ ସହ ଯୋଗାଯୋଗ କରନ୍ତି। ହେଲେ ଠିକଣା ସମୟରେ ନିଲାମ ଡାକନ୍ତି’ନି। ସେହି ସମୟରେ ମୋ ସହ ବିଶ୍ବାସଘାତକ ହେଲା ଭଳି ଭାବନା ମନକୁ ଆସିଥିଲା। ମୁଁ ଭାବୁଥିଲି ଏମାନେ ମୋତେ ମିଛ କହିଥିଲେ। ମୋତେ ଠକି ଦେଲେ। ମୋ ଭାଇ ମୋ ମନ କଥା ବୁଝିଥିଲେ। ମୋତେ ବହୁତ ବୁଝାଇଥିଲେ। ନିଲାମରେ ଦିନେ ନା ଦିନେ ମୁଁ ଭଲ ଅର୍ଥରେ ବିକ୍ରି ହେବି ବୋଲି କହିଥିଲେ। ଶେଷରେ ତାଙ୍କ କଥା ହିଁ ସତ ହୋଇଥିଲା। ନିଜ ଉପରେ ଭରସା ରଖିବାର ଫଳ ମୋତେ ମିଳିଥିଲା। ଚଳିତବର୍ଷର ନିଲାମରେ ତାଙ୍କୁ ଆର୍ସିବି ୧୦.୫ କୋଟି ଟଙ୍କାରେ କିଣିଛି।
Follow Us