ସ୍ବିତେକ୍‌ଙ୍କୁ ପୁଣି ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି

Advertisment
ସ୍ବିତେକ୍‌ଙ୍କୁ ପୁଣି ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି

Times of India - Indiatimes.com

ପ୍ୟାରିସ୍‌: ପୋଲାଣ୍ଡ ଲଳନା ଈଗା ସ୍ବିତେକ ଦ୍ବିତୀୟ ଥର ପାଇଁ ଫ୍ରେଞ୍ଚ୍‌ ଓପନ୍‌ ମହିଳା ଏକକ ବିଜୟିନୀ ହୋଇଛନ୍ତି। ରୋଲାଁ ଗ୍ୟାରସ୍‌ରେ ଶନିବାର ଫାଇନାଲ୍‌ରେ ଏହି ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ପ୍ରଥମ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ଖେଳିଥିବା ୧୮ତମ ମାନ୍ୟତାପ୍ରାପ୍ତ ଫ୍ଲୋରିଡା (ଆମେରିକା)ର କୋକୋ ଗଫ୍‌ଙ୍କୁ ପ୍ରାୟ ୧ ଘଣ୍ଟା ୮ ମିନିଟ୍‌ ଲଢ଼େଇରେ ସିଧାସଳଖ ୬-୧ ଓ ୬-୩ ସେଟ୍‌ରେ ପରାସ୍ତ କରି ଟ୍ରଫି କରାୟତ୍ତ କରିନେଇଛନ୍ତି। ଏହା ପୂର୍ବରୁ ସ୍ବିତେକ ୨୦୨୦ରେ ମଧ୍ୟ ଏଠାରେ ଟ୍ରଫି ହାସଲ କରିଥିଲେ। ଫଳରେ ଏହା ସ୍ବିତକେ୍‌ଙ୍କ ଦ୍ବିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟ ହୋଇଛି। ପୁଣି ୨ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିବାରେ ଦଶମ ମହିଳା ହୋଇଛନ୍ତି। ଏଥର ସେ କେବଳ ଟ୍ରଫି ଜିତିନଥିଲେ ବରଂ ସେ କ୍ରମାଗତ ୩୫ ମ୍ୟାଚ୍‌ ଜିତି ଆମେରିକାର ଭେନସ୍‌ ୱିଲିୟମ୍‌ସନ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ଭେନସ୍‌ ୨୦୨୦ରେ ଏଭଳି ଲମ୍ବା ଅପରାଜେୟ ଧାରା ପାଇଥିଲେ। ଏହା ପୂର୍ବରୁ ସେମିଫାଇନାଲ୍‌ ଜିତି ସ୍ବିତେକ ମଧ୍ୟ ସେରେନା ୱିଲିୟମ୍‌ସଙ୍କ ଲଗାତାର ୩୪ ମ୍ୟାଚ୍‌ ବିଜୟର ସମକକ୍ଷ ହୋଇଥିଲେ। ଅନ୍ୟପକ୍ଷରେ ୨୦୦୧ରେ ବେଲ୍‌ଜିୟମ୍‌ର କିମ୍‌ କ୍ଲାଇଷ୍ଟର୍ସଙ୍କ ପରେ ରୋଲାଁ ଗ୍ୟାରସ୍‌ରେ ଗଫ୍‌ ସର୍ବକନିଷ୍ଠା ଭାବେ ଫାଇନାଲ୍‌ ଖେଳିଥିଲେ ମଧ୍ୟ ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe