ଗଲ୍‌ ଟେଷ୍ଟ୍‌ ଅଢ଼େଇ ଦିନରେ ଶେଷ, ଅଷ୍ଟ୍ରେଲିଆଠୁ ୧୦ ୱିକେଟ୍‌ରେ ହାରିଲା ଶ୍ରୀଲଙ୍କା

Advertisment
ବିଶ୍ବ ଟେ‌ଷ୍ଟ୍‌ ଚାମ୍ପିଅନ୍‌ସିପ୍‌: ଶୀର୍ଷ ସ୍ଥାନ ହରାଇଲା ଅଷ୍ଟ୍ରେଲିଆ, ଭାରତ ପଞ୍ଚମକୁ ଖସିଲା

ଗଲ୍‌ : ସ୍ପିନରଙ୍କ ଆଧିପତ୍ୟ ମଧ୍ୟରେ ଏଠାରେ ଚାଲିଥିବା ଗଲ୍‌ ଟେଷ୍ଟ ଅଢେଇ ଦିନରେ ଶେଷ ହୋଇଯାଇଛି। ବିଶେଷକରି ଭ୍ରମଣକାରୀ ଅଷ୍ଟ୍ରେଲିଆର ତିନି ସ୍ପିନର ନାଥନ୍‌ ଲାୟନ୍‌ (୫+୪), ମିଚେଲ ସ୍ବିପ୍‌ସନ (୩+୨) ଏବଂ ଟ୍ରାଭିସ ହେଡ୍‌ (୪) ମିଳିତ ଭାବେ ଘରୋଇ ଦଳର ୧୮ ୱିକେଟ୍‌ ବାଣ୍ଟିନେବାରୁ ଶ୍ରୀଲଙ୍କା ଉଭୟ ପାଳିରେ ୩୨୫ ରନ୍ କରିପାରିଥିଲା। ପ୍ରଥମ ପାଳିରେ ୨୧୨ ରନ୍‌ କରିଥିବା ଶ୍ରୀଲଙ୍କା ତୃତୀୟ ଦିବସରେ ମାତ୍ର ୨୨.୫ ଓଭର ଖେଳି ୧୧୩ ରନ୍‌ରେ ଦ୍ବିତୀୟ ପାଳିର ସମସ୍ତ ୱିକେଟ୍‌ ହରାଇଥିଲା। ଫଳରେ ପ୍ରଥମ ପାଳିରେ ୩୨୧ ରନ୍‌ କରି ୧୦୯ ରନ୍‌ର ଅଗ୍ରଣୀ ନେଇଥିବା ଅଷ୍ଟ୍ରେଲିଆ ସମ୍ମୁଖରେ ୫ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ କି ଭ୍ରମଣକାରୀ ଦଳ ପ୍ରଥମ ଓଭରର ଚତୁର୍ଥ ବଲ୍‌ ସୁଦ୍ଧା ହାସଲ କରିନେଇଥିଲା। ଡେଭିଡ୍‌ ୱର୍ଣ୍ଣର ଗୋଟିଏ ଲେଖାଏଁ ଚୌକା ଓ ଛକା ମାରି ବିଜୟ ମୁଣ୍ଡି ମାରିଥିଲେ। ଏହା ପୂର୍ବରୁ ଦ୍ବିତୀୟ ଦିବସରେ ୩୧୩/୮ କରିଥିବା ଅଷ୍ଟ୍ରେଲିଆ ତୃତୀୟ ଦିବସରେ ଅବଶିଷ୍ଟ ୨ ୱିକେଟ୍‌ ହରାଇବା ପୂର୍ବରୁ ଦଳୀୟ ସ୍କୋର୍‌କୁ ୩୨୧ରେ ପହଞ୍ଚାଇଥିଲା। ପ୍ରଥମ ପାଳିରେ ୭୭ ରନ୍‌ କରିଥିବା କାମେରନ୍‌ ଗ୍ରିନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe