ଆବୁଧାବିରେ ଗେଲ୍‌ ବିସ୍ଫୋରଣ, ୨୨ ବଲ୍‌ରେ ୮୪ ରନ୍‌

Advertisment
ଆବୁଧାବିରେ ଗେଲ୍‌ ବିସ୍ଫୋରଣ, ୨୨ ବଲ୍‌ରେ ୮୪ ରନ୍‌

ଆବୁଧାବି : ଚଳିତ ଆବୁଧାବି ଟି-୧୦ ପ୍ରତିଯୋଗିତାରେ ବୁଧବାର ୱେଷ୍ଟ୍‌ଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଗେଲ୍‌ (୮୪* ରନ୍‌, ୨୨ ବଲ୍‌, ୯ ଛକା, ୬ ଚୌକା)ଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ୍‌ ଆବୁଧାବି ୯ ୱିକେଟ୍‌ରେ ମରାଠା ଆରବିଆନ୍ସକୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମରାଠା ଦଳ ୪ ୱିକେଟ୍‌ ହରାଇ ୯୭ ରନ୍‌ କରିଥିଲା। ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଆବୁଧାବି ୫.୩ ଓଭରରେ ମ୍ୟାଚ୍‌ ଜିତି ‌ନେଇଥିଲା। ଗେଲ୍‌ ନିଜର ୮୪ ମଧ୍ୟରୁ ୭୮ ରନ୍‌ ବାଉଣ୍ଡରିରୁ ସଂଗ୍ରହ କରିଥିଲେ। ସେ ମଧ୍ୟ ଏହି ପାଳି ଅବସରରେ ୧୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଟି-୧୦ କ୍ରିକେଟ୍‌ ଇତିହାସରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ଏକ୍ଷେତ୍ରରେ ଗେଲ୍‌ ମଧ୍ୟ ୨୦୧୮ ସଂସ୍କରଣରେ ରାଜପୁତ୍‌ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ଜମାଇଥିବା ମହମ୍ମଦ ସାହଜାଦ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe