ଗ୍ଲୋବାଲ ହ୍ୟୁଜ୍ ପ୍ରଚ୍ଛଦରେ ନୀଳାଚଳ

Advertisment
ଗ୍ଲୋବାଲ ହ୍ୟୁଜ୍ ପ୍ରଚ୍ଛଦରେ ନୀଳାଚଳ

ଭୁବନେଶ୍ବର: ଅସମୟରେ ଅସହାୟ, ଗରିବ ତଥା ବୟସ୍କଙ୍କ ପାଖରେ ଛିଡ଼ା ହେବାକୁ ନିଜ ବ୍ରତ କରିଥିବା ରାଜ୍ୟର ଯୁବ ପର୍ବତାରୋହୀ ନୀଳାଚଳ ପରିଡ଼ାଙ୍କୁ ଗ୍ଲୋବାଲ ହ୍ୟୁଜ୍ ପତ୍ରିକା ଦେଶର ଅନ୍ୟ ନିଃସ୍ବାର୍ଥପର ତଥା ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ସହ ନିଜ ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ଦେଇଛି। ନୀଳାଚଳ ଗତବର୍ଷ କୋଭିଡ୍-୧୦ ସଙ୍କଟ ସମୟରେ ବୃଦ୍ଧ ଓ ଅସହାୟଙ୍କ ପାଖରେ ମାଗଣାରେ ଖାଦ୍ୟ ପହଞ୍ଚାଇ ବେଶ୍ ପ୍ରଶଂସିତ ହୋଇଥିଲେ। ସେ ମଧ୍ୟ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କ ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିଲେ। ଚଳିତବର୍ଷ ମଧ୍ୟ ସେ ଏହି ସେବା ଜାରି ରଖିଛନ୍ତି। ବରିଷ୍ଠ ନାଗରିକଙ୍କ ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି। ସେହିଭଳି ଆସନ୍ତା ଶନିବାରଠାରୁ ମାଗଣାରେ ଗରିବଙ୍କୁ ଖାଦ୍ୟ ଯୋଗାଇବା ବ୍ୟବସ୍ଥା ଆରମ୍ଭ କରିବେ ‌ବୋଲି କହିଛନ୍ତି।

ସେହିଭଳି ବଲିଉଡ୍ ଗୀତ ଓ ସଂଗୀତ କ୍ଷେତ୍ରରେ ସକ୍ରୀୟ ଥିବା ସ୍ପଟିଫାଏ ୱେବସାଇଟ୍ ନୀଳାଚଳଙ୍କୁ ନେଇ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଯାହାର ନାଁ ମାଉଣ୍ଟେନରରୁ କୋଭିଡ୍ ୱାରିୟର ରଖାଯାଇଛି। ଉଭୟ ସଫଳତା ଓ ସମ୍ମାନକୁ ନୀଳାଚଳ ଓଡ଼ିଶାବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ତା ସହ ସମସ୍ତଙ୍କ ସହଯୋଗ ଓ ସମର୍ଥନ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe