ଅଷ୍ଟ୍ରେଲିଆକୁ ସହାୟତା ନୁହେଁ, ଭାରତରେ ଭଲ ‌‌ଖେଳିବା ଲକ୍ଷ୍ୟ: ରୁଟ୍‌

ଅଷ୍ଟ୍ରେଲିଆକୁ ସହାୟତା ନୁହେଁ, ଭାରତରେ ଭଲ ‌‌ଖେଳିବା ଲକ୍ଷ୍ୟ: ରୁଟ୍‌

ICC Cricket

ଅହମଦାବାଦ: ଚତୁର୍ଥ ଟେଷ୍ଟ୍‌କୁ ଜିତି ପାରିଲେ ବି ଇଂଲଣ୍ଡ ଆଉ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ଖେଳିପାରିବ ନାହିଁ। ଏଭଳି ଫଳାଫଳ (୨-୨) ଦ୍ବାରା ଭାରତ ଓ ଇଂଲଣ୍ଡ ଉଭୟ ବଞ୍ଚିତ ହେ‌ବେ। ଅଷ୍ଟ୍ରେଲିଆ ହିଁ ନ୍ୟୁଜିଲାଣ୍ଡ୍‌ ସହ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନେବ। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ କିନ୍ତୁ କହିଛନ୍ତି ଆମେ ଅଷ୍ଟ୍ରେଲିଆକୁ ସହାୟତା ପାଇଁ ନୁହେଁ, ଭାରତରେ ଭଲ ଖେଳିବାକୁ ଆଗ୍ରହୀ। ଏହି ଶୃଙ୍ଖଳାକୁ ଏବେ ଅମୀମାଂସିତ ରଖିବା (୨-୨) ଲକ୍ଷ୍ୟରେ ରହିଛୁ, ଏହାଦ୍ବାରା ଭାରତରେ ସ୍ବତନ୍ତ୍ର କିଛି କରି‌ ହେବ ବୋଲି ବିଶ୍ବାସ ରଖିଛୁ। ଡମ୍ ବେସ୍‌ଙ୍କ ସହ ନିଜ ସ୍ପିନ୍‌ ବୋଲିଂ ତୁଳନା ସମ୍ପର୍କରେ ରୁଟ୍‌ କହିଥିଲେ ‘ବେସଙ୍କ ସହ ତୁଳନାର ପ୍ରଶ୍ନ ଉଠୁନାହିଁ, ସେ ମୋଠାରୁ‌‌ ଢେର ଉନ୍ନତ ପ୍ରତିଭାବାନ ବୋଲର’। ‌ତୃତୀୟ ଟେଷ୍ଟ୍‌ରେ ଖେଳିଥିବା ଇଂଲଣ୍ଡ ଦଳ ଚୟନରେ ତ୍ରୁଟି ଥିବା କଥାକୁ ମଧ୍ୟ ରୁଟ୍‌ ସ୍ବୀକାର କରିଥିଲେ।

ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ୩ ପେସରଙ୍କୁ ନେବା ଭୁଲ୍‌ ଥିଲା। ଭାରତରେ ଖେଳାଯାଇଥିବା ପୂର୍ବର ଏକମାତ୍ର ଦିବାରାତ୍ର ଟେଷ୍ଟ୍‌ (ଭାରତ-ବାଂଲାଦେଶ, ୨୦୧୯) ଅଭିଜ୍ଞତା ଭିତ୍ତିରେ ଏଭଳି ନିଷ୍ପତ୍ତି ନେଇଥିଲୁ। ଯେଉଁଠି ଭାରତୀୟ ପେସରମାନେ ୧୯ ୱିକେଟ୍ ନେଇ ଦଳକୁ ଜିତାଇଥିଲେ। କିନ୍ତୁ ଏଠାରେ ବଲ୍‌ ଏତେ ସ୍ପିନ୍‌ କରିବ ବୋଲି ଆମେ ଆଶା କରିନଥିଲୁ ବୋଲି ୩୦ ବର୍ଷୀୟ ରୁଟ୍‌ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe