ହୃଦ୍ଘାତରେ ପରଲୋକ ହୋଇଯାଇଥିବା ‘ଫୁଟ୍ବଲ୍’ ଭଗବାନ ଡିଏଗୋ ମାରାଡୋନା ବିବାଦୀୟ ‘ହ୍ୟାଣ୍ଡ୍ ଅଫ୍ ଗଡ୍’ ଗୋଲ୍ ଦେଲା ବେଳେ ପିନ୍ଧିଥିବା ଜର୍ସି ୨ ନିୟୁତ ଡଲାର ବା ପାଖାପାଖି ୧୫ କୋଟି ଟଙ୍କାରେ ନିଲାମ ହୋଇପାରେ। କ୍ରୀଡ଼ା ସ୍ମରଣୀକା ନିଲାମିର ଜଣେ ଆମେରିକୀୟ ବିଶେଷଜ୍ଞ ଏହି ଆକଳନ କରିଛନ୍ତି। ଏହି ଜର୍ସିଟି ସଂପ୍ରତି ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଥିବା ଜାତୀୟ ଫୁଟବଲ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି। ମେକ୍ସିକୋ ସିଟିରେ ଖେଳାଯାଇଥିବା ୧୯୮୬ ମସିହା ବିଶ୍ବକପ୍ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ପରେ ମାରାଡୋନା ନିଜେ ଏହି ଜର୍ସିକୁ ଇଂଲଣ୍ଡ ଜାତୀୟ ଫୁଟ୍ବଲ୍ ଦଳର ପୂର୍ବତନ ସଦସ୍ୟ ଷ୍ଟିଭ୍ ହଜ୍ଙ୍କୁ ଦେଇଥିଲେ। ଏହି ଚର୍ଚିତ ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଉଭୟ ମାରାଡୋନା ଓ ହଜ୍ ପ୍ୟାଭିଲିୟନ୍ ଫେରୁଥିଲେ, ସେତେବେଳେ ପରସ୍ପର ସହ ଜର୍ସି ଅଦଳ ବଦଳ କରିଥିଲେ।
‘ହ୍ୟାଣ୍ଡ୍ ଅଫ୍ ଗଡ୍’ ଜର୍ସି ଦାମ ୧୫ କୋଟି
Advertisment
Follow Us