ମୁମ୍ବାଇ ୬/୧: ଆଇପିଏଲ ଦଳ କେକେଆରରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ସମ୍ପର୍କ ଖରାପ ହୋଇଛି । ଏପରିକି ଆସନ୍ତା ଟି-୨୦ ବିଶ୍ବକପରେ ଖେଳିବାକୁ ବାଂଲାଦେଶ ଦଳ ଭାରତ ଆସିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ଓ ନିଜର ସମସ୍ତ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରୀତ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଲିଖିତଭାବେ ଜଣାଇଛି ।
ଆହୁରି ପଢନ୍ତୁ : Paramvir Cheema Struggle: ଚର୍ଚ୍ଚାରେ 'ବର୍ଡର-୨' ଅଭିନେତା ପରମବୀର ଚିମା, ବାପାଙ୍କ ପାଇଁ ସବୁ ସମ୍ଭବ ହୋଇଥିବା କହିଲେ ଅଭିନେତା
ବିସିବିର ଏହି ଅନୁରୋଧ ପରେ ଆଇସିସି ଅକଳରେ ପଡ଼ିଯାଇଛି । କାରଣ ଟି-୨୦ ବିଶ୍ବକପ ଆଉ ମାତ୍ର ଏକ ମାସ ଥିବାବଳେ ଏତେ କମ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା ସମ୍ଭବ ନୁହେଁ । ଏଥିପାଇଁ ସିଡୁଲିଂ, ଲଜିଷ୍ଟିକ୍ସ ଆଦି ବିଭିନ୍ନ ସମସ୍ୟା ରହିଛି । ଏଣୁ ଭାରତରେ ନ ଖେଳିବା ସଂପର୍କିତ ନିଜର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିବିକୁ ଅନୁରୋଧ କରିଛି ଆସିସି ।
ଆହୁରି ପଢନ୍ତୁ : Rashtrapati Bhavan: ରାଷ୍ଟ୍ରପତିଙ୍କୁ ଭେଟିଲେ ଜମ୍ମୁ କଶ୍ମୀରର ଛାତ୍ରଛାତ୍ରୀ
ଏକ ଜାତୀୟ ସ୍ତରର ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ନ ଖେଳିବାକୁ ବିସିବିର ଆନୁଷ୍ଠାନିକ ଅନୁରୋଧ ମିଳିବା ପରେ ଆଇସିସି ପକ୍ଷରୁ ଦୁବାଇ ଓ ମୁମ୍ବାଇରେ କେତେକ ବୈଠକ ଅନୁଷ୍ଠିତ ହୋଇଛି । ଏହା ସହିତ ଆଇସିସି ଉଭୟ ବିସିସିଆଇ ଓ ବିସିବି ସହ ଯୋଗାଯୋଗରେ ଅଛି । ଉଭୟ ବୋର୍ଡ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ମଧ୍ୟ ଆଇସିସି ଉଦ୍ୟମ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/17/icc-2025-09-17-03-30-14.jpg)