India Vs Australia : ବର୍ଷା ଯୋଗୁଁ ରଦ୍ଦ ହେଲା ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦, ଭାରତ ୨-୧ରେ ସିରିଜ୍ ବିଜୟୀ

ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦ ରଦ୍ଦ ହୋଇଯାଇଛି । ଏହା ଫଳରେ ଭାରତ ଏହି ସିରିଜକୁ ୨-୧ରେ ଜିତି ନେଇଛି । ଭାରତର ଅଭିଷେକ ଶର୍ମାଙ୍କୁ ପ୍ଲେୟର ଅଫ ଦି ସିରିଜ ଘୋଷଣା କରାଯାଇଛି ।

Team India

Team India wins series Photograph: (credit : bcci)

India Vs Australia : ବ୍ରିସବେନ : ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦ ରଦ୍ଦ ହୋଇଯାଇଛି । ଏହା ଫଳରେ ଭାରତ ଏହି ସିରିଜକୁ ୨-୧ରେ ଜିତି ନେଇଛି । ଭାରତର ଅଭିଷେକ ଶର୍ମାଙ୍କୁ ପ୍ଲେୟର ଅଫ ଦି ସିରିଜ ଘୋଷଣା କରାଯାଇଛି ।

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪.୫ ଓଭରରେ କୌଣସି ଓ୍ବିକେଟ ନ ହରାଇ ୫୨ ରନ କରିଥିଲା । ଅଭିଷେକ ଶର୍ମା ୨୩ ରନ ଓ ଶୁବମନ ଗିଲ୍ ୨୯ ରନ କରିଥିଲେ । ଏହି ସମୟରେ ପ୍ରବଳ ବର୍ଷା ହେବାରୁ ମ୍ୟାଚ ଅଟକି ରହିଥିଲା । ପରେ ସ୍ଥିତିରେ ଉନ୍ନତି ନ ଆସିବାରୁ ମ୍ୟାଚ ରେଫରି ମ୍ୟାଚ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । 

ରୋଚକ କଥା ହେଉଛି ଏହି ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଓ ଶେଷ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଛି । ଅର୍ଥାତ ବର୍ଷା ଏହି ସିରିଜକୁ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପରିଣତ କରିଦେଇଥିଲା ଯେଉଁଥିରେ ଭାରତ ୨ଟି ମ୍ୟାଚ ଓ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଛି । ଏହି ସିରିଜର ୨ୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ବିକେଟରେ ହରାଇ ଦେଇଥିଲା । କିନ୍ତୁ ୩ୟ ଓ ୪ର୍ଥ ମ୍ୟାଚରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଉଭୟ ମ୍ୟାଚକୁ ଜିତି ନେଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe