ଅପରାଜେୟ ସହ ଭାରତୀୟ ଜୁନିଅର ମହିଳା ହକି ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ

Advertisment
ଅପରାଜେୟ ସହ ଭାରତୀୟ ଜୁନିଅର ମହିଳା ହକି ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ

The Hindu

ନୂଆଦିଲ୍ଲୀ : ଆଗାମୀ ଏଫ୍‌ଆଇଏଚ୍‌ ଜୁନିଅର ମହିଳା ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟ ଭାବେ ବିବେଚିତ ୨୧ ବର୍ଷରୁ କମ୍‌ ଏସିଆ କପ୍‌ ପ୍ରସ୍ତୁତି ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ଭାରତୀୟ ଜୁନିଅର ମହିଳା ହକି ଦଳ ଅପରାଜେୟ ସହ ଅଭିଯାନ ଶେଷ କରିଛି। ଏହି ଗସ୍ତରେ ଭ‌ାରତୀୟ ବାଳିକା ମୋଟ ୫ ମ୍ୟାଚ୍‌ ଖେଳିଥିଲେ। ସେଥିରୁ ଦକ୍ଷିଣ ଆଫ୍ରିକା ୨୧ ବର୍ଷରୁ କମ୍‌ ଦଳକୁ ସମସ୍ତ ତିନି ମ୍ୟାଚ୍‌ରେ ପରାସ୍ତ କରିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ‘ଏ’ ଦଳ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳିଥିଲା ବେଳେ ଶୁକ୍ରବାର ପ୍ରଥମକୁ ୪-୪ ଗୋଲ୍‌ରେ ଅମୀମାଂସିତ ରଖିଥିଲେ। ହେଲେ ଆୟୋଜକ ଦଳକୁ ଶନିବାର ଖେଳିଥିବା ଶେଷ ମ୍ୟାଚ୍‌ରେ ୪-୦ ଗୋଲ୍‌ରେ ପରାସ୍ତ କରିଥିଲା ଭାରତ। ଦୀପିକା ସିନିଅର ୧୩ ମିନିଟ୍‌ରେ ପେନାଲ୍‌ଟି ‌‌‌ଷ୍ଟ୍ରୋକ୍‌ ଜରିଆରେ ପ୍ରଥମ ଗୋଲ୍‌ କରିବା ପରେ ୧୫ ମିନିଟ୍‌ରେ ନୀଲମ ପେନାଲ୍‌ଟି କର୍ଣ୍ଣରରୁ ଦ୍ବିତୀୟ ଗୋଲ୍‌ କରି ପ୍ରଥମାର୍ଦ୍ଧରେ ଭ୍ରମଣକାରୀ ଦଳକୁ ୨-୦ର ଅଗ୍ରଣୀ ଦେଇଥିଲେ। ୩୫ତମ ମିନିଟ୍‌ରେ ଅନୁ ଏବଂ ୫୦ତମ ମିନିଟ୍‌ରେ ସୁନିଲିତା ଟପ୍ପୋଙ୍କ ଗୋଟିଏ ଲେଖାଏଁ ଦ୍ବିତୀୟାର୍ଦ୍ଧ ଗୋଲ୍‌ ବଳରେ ଭାରତ ଏକପାଖିଆ ବିଜୟ ହାସଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe