ଅଭ୍ୟାସ ଆରମ୍ଭ କଲା ଭାରତୀୟ ଦଳ: କୋଭିଡ୍ ସଙ୍କଟ ପରେ ମୟଙ୍କଙ୍କୁ ଦଳରେ ସାମିଲ କଲା ଭାରତ

Advertisment

ମୋ ଦେହ ଭଲ ଅଛି: ଧାୱନ

ମୋ ଦେହ ଭଲ ଅଛି: ଧାୱନ

ଅଭ୍ୟାସ ଆରମ୍ଭ କଲା ଭାରତୀୟ ଦଳ: କୋଭିଡ୍ ସଙ୍କଟ ପରେ ମୟଙ୍କଙ୍କୁ ଦଳରେ ସାମିଲ କଲା ଭାରତ

ମୁମ୍ବାଇ: ଚାରି ଜଣ ଖେଳାଳିଙ୍କ ସହ ଭାରତୀୟ କ୍ରିକେଟ୍ ଦଳର ୭ ଜଣ ସଦସ୍ୟ କୋଭିଡ୍ ସଂକ୍ରମିତ ହୋଇଥିବା ବିସିସିଆଇ ଗୁରୁବାର ଆନୁଷ୍ଠାନିକ ଭାବେ ସ୍ବୀକାର କରିଛି। ତା’ ସହ ୧୮ ଜଣିଆ ଭାରତୀୟ ଦଳରେ ଓପନର ମୟଙ୍କ ଅଗ୍ରୱାଲଙ୍କୁ ସାମିଲ କରାଯାଇଥିବା ‌ଘୋଷଣା କରିଛି। ‘‘ଭାରତୀୟ ଦିନିକିଆ ଦଳର ୭ ଜଣ ସଦସ୍ୟ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିବା ପରେ ସର୍ବଭାରତୀୟ ଚୟନ ସମିତି ମୟଙ୍କ ଅଗ୍ରୱାଲଙ୍କୁ ଏଥିରେ ସାମିଲ କରିଛି। ଗୁରୁବାର ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଥିଲା ବେଳେ ମୟଙ୍କଙ୍କୁ ୩ ଦିନିଆ ସଂଗରୋଧରେ ରହିବାକୁ କୁହାଯାଇଛି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଖେଳାଳିମାନଙ୍କୁ ଜାନୁଆରି ୩୧ ତାରିଖରେ ଅହମଦାବାଦରେ ଏକାଠି ହେବାକୁ କୁହାଯାଇଥିଲା। ପ୍ରତ୍ୟେକ ଖେଳାଳିଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆରଟି ପିସିଆର୍‌ ଟେଷ୍ଟ୍ ନିର୍ଦ୍ଦେଶ ଦିଆଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ସମସ୍ତ ଖେଳାଳିଙ୍କୁ ବିମାନରେ ବସିବାକୁ ଅନୁମତି ଦିଆଯାଇଥିଲା। ତେବେ ଅହମଦାବାଦ ପହଞ୍ଚିବା ପରେ ଓପ୍‌ନର ଶିଖର ଧାୱନ, ଶ୍ରେୟସ୍ ଆୟର ଏବଂ ଋତୁରାଜ ଗାଏକ୍ବାଡ୍‌ଙ୍କ ସହ ଷ୍ଟାଣ୍ଡବାଏ ବୋଲର ନଭଦୀପ ସୈନିଙ୍କ ରିପୋର୍ଟ ମଧ୍ୟ କୋଭିଡ୍ ପଜିଟିଭ୍ ଆସିଥିଲା। ସେହିଭଳି କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପ, ସୁରକ୍ଷା ଯୋଗାଯୋଗ ଅଧିକାରୀ ବି ଲୋକେଶ ଏବଂ ମାଲିସବାଲା ରାଜୀବ କୁମାର ମଧ୍ୟ କୋଭିଡ୍‌‌ ସଂକ୍ରମିତ ଥିବା ଜଣାପଡ଼ିଛି। ଫେବ୍ରୁଆରି ପହିଲାରେ ଋତୁରାଜ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ସେହିଭଳି ଶ୍ରେୟସ୍ ଏବଂ ରାଜୀବଙ୍କ ବିଷୟରେ ଫେବ୍ରୁଆରି ୨ ତାରିଖରେ ସୂଚନା ମିଳିଥିଲା। ଅନ୍ୟ ସମସ୍ତେ ଜାନୁଆରି ୩୧ରେ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। କୋଭିଡ୍ ସଂକ୍ରମିତ ହୋଇଥିବା ଖେଳାଳି ଏବଂ ପ୍ରଶିକ୍ଷକ ମଣ୍ଡଳି ସଦସ୍ୟ ଏବେ ଅନ୍ୟୂନ ୭ ଦିନ ସଙ୍ଗରୋଧରେ ରହିବେ। ଫଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଧାୱନ, ଶ୍ରେୟସ୍ ଓ ଗାଏକ୍ବାଡ୍ ଖେଳିବାର ସମ୍ଭାବନା ପ୍ରାୟ ନାହିଁ କହିଲେ ଚଳେ।

ମୋ ଦେହ ଭଲ ଅଛି: ଧାୱନ

ଅହମଦାବାଦ: କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଭାରତୀୟ ଓପନର ଶିଖର ଧାୱନଙ୍କ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କୁ ଏଥିଲାଗି ଶଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପ୍ରଶଂସକଙ୍କ ଚିନ୍ତାକୁ ଦୂର କରିବାକୁ ଯାଇ ଧାୱନ ମଧ୍ୟ ଟ୍ବିଟ୍ କରି ନିଜ ସ୍ବାସ୍ଥ୍ୟ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ‘‘ଶୁଭେଚ୍ଛା ଓ ଶୁଭକାମନା ପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୋ ଦେହ ପୂରା ଭଲ ଅଛି। ଏଭଳି ଭଲ ପାଇବା ଲାଗି ଅପଣମାନଙ୍କ ସ୍ନେହ ନିକଟରେ ମୁଁ ଋଣୀ’’ ବୋଲି ଲେଖିଛନ୍ତି ଧାୱନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe