ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ବରେ ଅଧାରୁ ଅଧିକ ଭାରତୀୟ ଖେଳାଳି ଆସନ୍ତା ୨୫ ତାରିଖରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ନ୍ୟୁୟର୍କ ଯିବେ। ରୋହିତଙ୍କ ସହିତ ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ୍ ବୁମ୍ରା, ଋଷଭ ପନ୍ତ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ୍ ପ୍ରଥମ ଦଫାରେ ଆମେରିକାରେ ପହଞ୍ଚିବେ। ଏମାନଙ୍କ ସହିତ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ସହିତ ଆଉ କିଛି ସହାୟକ ପ୍ରଶିକ୍ଷକ ମଧ୍ୟ ଆମେରିକା ଯିବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି। ଭାରତୀୟ ଦଳର ଅନ୍ୟ ସଦସ୍ୟ ଆଇପିଏଲ୍ ଶେଷ ହେବା ପରେ ୨୭ ତାରିଖରେ ନ୍ୟୁୟର୍କ ଯିବେ। ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଦଳ ୨୧ତାରିଖରେ ଯିବାର ଥିଲା। କିନ୍ତୁ ନ୍ୟୁୟର୍କରେ ଜୁନ୍ ୧ ତାରିଖରେ ମାତ୍ର ଗୋଟିଏ ଅଭ୍ୟାସ ମ୍ୟାଚ୍ (ବନାମ ବାଂଲାଦେଶ) ଖେଳାଯିବାକୁ ଥିବାରୁ ଖେଳାଳି ଟିକେ ବିଶ୍ରାମ ନେଇ ୨୫ ତାରିଖରୁ ବାହାରିବେ ବୋଲି ଜଣାପଡ଼ିଛି। ଜୁନ୍ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ଭାରତ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ପରେ ୯ ତାରିଖରେ ପାକିସ୍ତାନ ସହିତ ମହାମୁକାବିଲା ଅନୁଷ୍ଠିତ ହେବ।
୨୫ରେ ନ୍ୟୁୟର୍କ ଯିବ ପ୍ରଥମ ଦଫା ଭାରତୀୟ ଦଳ
Advertisment
Follow Us