Women's T20 : ମହିଳା ଟ୍ବେଣ୍ଟି-୨୦: ଶେଫାଳି, ସ୍ମୃତିଙ୍କ ଧାମାକା, ଶ୍ରୀଲଙ୍କାକୁ ୩୦ ରନରେ ହରାଇଲା ଭାରତ

Advertisment

ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କାକୁ ୩୦ ରନରେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କା ଆଗରେ ୨୨୨ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଶ୍ରୀଲଙ୍କା ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୧ ରନ କରିପାରିଥିଲା ।

ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କାକୁ ୩୦ ରନରେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କା ଆଗରେ ୨୨୨ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଶ୍ରୀଲଙ୍କା ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୧ ରନ କରିପାରିଥିଲା ।

india

india Photograph: (@BCCIWomen)

ତିରୁଅନନ୍ତପୁରମ : ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କାକୁ ୩୦ ରନରେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କା ଆଗରେ ୨୨୨ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଶ୍ରୀଲଙ୍କା ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୧ ରନ କରିପାରିଥିଲା । ଶ୍ରୀଲଙ୍କା ପକ୍ଷରୁ ଚମରି ଅଟାପାଟଠୁ ୫୨ ରନ କରିଥିବାବେଳେ  ହସିନି ପରେରା ୩୩ ରନ କରିଥିଲେ । ଇମେଶା ଦୁଲାନି ୨୯ ରନ କରିଥିବାବେଳେ ନୀଲକ୍ଷିକା ସିଲଭା ୨୩ ରନ କରିଥିଲେ । 

ଆହୁରି ପଢନ୍ତୁ : Marijuana Plant Destroyed: ଗଞ୍ଜେଇ ଗଛ ପୋଡ଼ିଲ‌େ ପୁଲିସ

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨ ୱିକେଟ୍‌ ହରାଇ ୨୨୧ ରନ୍‌ କରିଥିଲା। ଶେଫାଳି ୪୬ ବଲ୍‌ରୁ ୭୯ ରନ୍ (୧୨ ଚୌକା, ୧ ଛକା) ଏବଂ ସ୍ମୃତି ୪୮ ବଲ୍‌ରୁ ୮୦ ରନ୍ (୧୧ ଚୌକା, ୩ ଛକା) କରିବା ସହ ପ୍ରଥମ ୱିକେଟ୍‌ ପାଇଁ ୧୫.୨ ଓଭରରେ ରେକର୍ଡ ୧୬୨ ରନ୍‌ କରିଥିଲେ। ଲଗାତାର ଓଭରରେ ଉଭୟ ଆଉଟ୍‌ ହେବା ପରେ ରିଚା‌ ଘୋଷ (୧୬ ବଲ୍‌ରୁ ୪୦* ରନ୍, ୪ ଚୌକା, ୩ ଛକା)) ଏବଂ ହର୍ମନପ୍ରୀତ୍ କୌର୍ (୧୦ ବଲ୍‌ରୁ ୧୬* ରନ୍) ଶେଷ ୨୩ ବଲ୍‌ରୁ ୫୩ ରନ୍‌ ଯୋଡ଼ିଥିଲେ। ସ୍ମୃତି ତାଙ୍କ ପାଳି ଅବସରରେ ସର୍ବାଧିକ ଛକା ରେକର୍ଡ କରିବା ସହ ବିଶ୍ବର ଚତୁର୍ଥ ତଥା ଦ୍ବିତୀୟ ଭାରତୀୟ ବ୍ୟାଟର୍‌ ଭାବେ ୧୦,୦୦୦ ଅନ୍ତର୍ଜାତୀୟ ରନ୍‌ ପୂରଣ କରିଥିଲେ। ଏ‌ କ୍ଷେତ୍ରରେ କିନ୍ତୁ ସେ କମ୍‌ ପାଳି (୨୮୧) ଖେଳି ମିତାଲି ରାଜ (୨୯୧)ଙ୍କୁ ପଛରେ ପକାଇଥିଲେ। ୧୦,୦୦୦ ଅର୍ନ୍ତଜାତୀୟ ରନ୍‌ର ଅନ୍ୟ ଦୁଇ ସଦସ୍ୟା ହେଉଛନ୍ତି ଇଂଲଣ୍ଡର ଚାର୍ଲୋଟ୍‌ ଏଡ୍‌ୱାର୍ଡସ ଏବଂ ନ୍ୟୁଜିଲାଣ୍ଡ୍‌ର ସୁଜି ବେଟ୍‌ସ। ୨୨୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ୧୯୧/୬ରେ ଅଟକି ଯାଇଥିଲା। ଏହି ବିଜୟ ସହ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୪-୦ରେ ଆଗରେ ରହିଛି।

ଆହୁରି ପଢନ୍ତୁ : Virat Kohli : ବିରାଟ କୋହଲି ଟେଷ୍ଟକୁ ଫେରିଆସ ! ସିଦ୍ଧୁଙ୍କ ଭାଇରାଲ ଇନଷ୍ଟା ପୋଷ୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe