ଭାରତୀୟ ମହିଳା ହକି ଦଳର କୋରିଆ ଯାତ୍ରା

ଭାରତୀୟ ମହିଳା ହକି ଦଳର କୋରିଆ ଯାତ୍ରା

ଭୁବନେଶ୍ବର: ଡିସେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କୋରିଆର ଡୋଙ୍ଘିଠାରେ ଆୟୋଜିତ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ଲାଗି ମଙ୍ଗଳବାର ଭାରତୀୟ ମହିଳା ଦଳ ବେଙ୍ଗାଲୁରୁରୁ ସେଠାକୁ ଯାତ୍ରା କରିଛି। ଭାରତୀୟ ଦଳ ଉଦ୍‌ଘାଟନୀ ଦିବସରେ ଥାଇଲାଣ୍ଡକୁ ଭେଟି ତା’ର ଅଭିଯାନ ଆରମ୍ଭ କରିବ। ଏହା ପରେ ଡିସେମ୍ବର ୬ରେ ମାଲେସିଆ ଏବଂ ୮ରେ ଆୟୋଜକ କୋରିଆକୁ ଭେଟିବ। ସେହିଭଳି ଡିସେମ୍ବର ୯ରେ ଚୀନ ଏବଂ ୧୧ରେ ଜାପାନ ସହ ମୁହାଁମୁହିଁ ହେବ।

‘‘ଏହି ପ୍ରତିଯୋଗିତା ଲାଗି ପୂରା ଦଳ ଉତ୍ସାହିତ ଅଛି। ଆମେ ଶୀର୍ଷମାନ୍ୟତା ଦଳ। ହେଲେ ଏହା ଆମ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁ ବୋଲି ଆମେ ଚାହୁନୁ। ଘରୋଇ ପରିବେଶରେ କୋରିଆକୁ ହରାଇବା ସହଜ ହେବନି। ଗତ ସଂସ୍କରଣର ଫାଇନାଲ୍‌ରେ ଆମେ ଏହି ଦଳଠାରୁ ହାରିଯାଇଥିଲୁ। ଏଥର ସେହି ଭୁଲ ଦୋହରାଇବୁ ନାହିଁ’’ ବୋଲି ଅଧିନାୟିକା ସବିତା ଯାତ୍ରା ଆରମ୍ଭ କରିବା ପୂର୍ବରୁ କହିଛନ୍ତି। ଓଡ଼ିଆ ତାରକା ତଥା ଭାରତୀୟ ଦଳର ଉପଅଧିନାୟିକା ଦୀପଗ୍ରେସ୍ ଏକ୍କା ଦଳ ଟୋକିଓ ଅଲିମ୍ପିକ୍ସ ସଫଳତାକୁ ଭୁଲି ନୂଆ ଆରମ୍ଭ କରିବ ବୋଲି କହିଛନ୍ତି।

ଆସନ୍ତାବର୍ଷର ବ୍ୟସ୍ତବହୁଳ ସୂଚୀ ପୂର୍ବରୁ ଏହି ପ୍ରତିଯୋଗିତାରେ ଭଲ କରିବା ଆମର ଲକ୍ଷ୍ୟ ବୋଲି ମଧ୍ୟ ସେ ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ମାରିଆନା କୁଜୁର ମଧ୍ୟ ସ୍ଥାନ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe