ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକ ଆଜି

Advertisment
ୟୁଏଇ ପାଇଁ ଆନୁଷ୍ଠାନିକ ଅନୁମତି, ୧୮ ସୁଦ୍ଧା ଭିଭୋ ବିକଳ୍ପ ଘୋଷଣା

Image courtesy: tkbsen

ନୂଆଦିଲ୍ଲୀ: ରବିବାର ଆଇପିଏଲ୍‌ ପରିଚାଳନା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। କୋଭିଡ୍‌-୧୯ ମହାମାରୀ ସମୟରେ ଆଇପିଏଲ୍‌ ଆୟୋଜିତ ହେବାକୁ ଯାଉଥିବାରୁ ସମସ୍ତ ଅଂଶଗ୍ରହଣକାରୀ ଫ୍ରାଞ୍ଚାଇଜ୍‌ଗୁଡିକ ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା କରି ବସିଛନ୍ତି। ବୈଠକରେ ସବୁଠୁ ବଡ଼ ନିଷ୍ପତ୍ତି ହେଉଛି ଆଇପିଏଲ୍‌ ଆୟୋଜନକୁ ନିଶ୍ଚିତ କରିବା ଏବଂ ଖେଳସୂଚୀକୁ ଅନୁମୋଦନ କରିବା। ଏସ୍‌ଓପି ଅନୁସାରେ ବିଦେଶୀ ଖେଳାଳିଙ୍କ ଉପଲବ୍‌ଧ ଏବଂ ପରିଚାଳନାଗତ ପ୍ରତିବଂଧକ ଆଦି ଅନ୍ୟସବୁ ପ୍ରସଙ୍ଗ ରହିଛି। ବିସିସିଆଇ ମଧ୍ୟ ଭାରତ ସରକାର ଏବଂ ୟୁଏଇ ସରକାରଙ୍କ ଚୂଡାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି। ସବୁଜ ‌ସଙ୍କେତ ମିଳିବା ପରେ ହିଁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ସେମାନଙ୍କ ଭିସା, ଯାତାୟତ ଓ ରହଣି ଯୋଜନାକୁ ଚୂଡାନ୍ତ ରୂପରେଖ ଦେବେ।

ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନଭେମ୍ବର ୮ ପରିବର୍ତେ ୧୦ ତାରିଖକୁ ଫାଇନାଲ୍ ମ୍ୟାଚ୍‌ ଘୁଞ୍ଚାଇବା ଆଲୋଚନା ବୋଧେ ବୈଠକରେ ପଡ଼ିବ। ଅନେକ ଅସମାହିତ ପ୍ରଶ୍ନର ଉତ୍ତର ପରିଚାଳନା ପରିଷଦ ବୈଠକ ପରେ ସ୍ପଷ୍ଟ ହୋଇଯିବ। ଖେଳାଳିମାନେ ସେମାନଙ୍କ ପତ୍ନୀ ଓ ଗର୍ଲଫ୍ରେଣ୍ଡଙ୍କୁ ସାଙ୍ଗରେ ନେଇପାରିବେ କି ନା ସେ କଥା ମଧ୍ୟ ଆଲୋଚନା ପ୍ରସଙ୍ଗରେ ରହିଛି। ରବିବାରର ବୈଠକରେ ଆଲୋଚନା ହେବାକୁ ଥିବା ଅନ୍ୟ ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ପୂର୍ବ ବୈଠକର ନିଷ୍ପତ୍ତିକୁ ଅନୁମୋଦନ, ଚୀନ୍‌ ପ୍ରାୟୋଜକଙ୍କ ଚୁକ୍ତି ମିଆଦ, ପରିଚାଳନା ପରିଷଦ ସଦସ୍ୟଙ୍କ ଯାତ୍ରା, ଖେଳାଳି ବଦଳ, ଦୁର୍ନୀତି ନିରୋଧୀ ସଂସ୍ଥା (ଏସିୟୁ)ର କାର୍ଯ୍ୟକଳାପ, ବିସିସିଆଇର ନିଜସ୍ବ ମେଡିକାଲ ୟୁନିଟ୍‌, ଜୈବ ସୁରକ୍ଷା ସଂପର୍କିତ ବିଶେଷଜ୍ଞଙ୍କ ସହ ବୈଠକ ଏଜେଣ୍ଡାରେ ସ୍ଥାନ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe