ଆଇପିଏଲ୍ ଅବଧି ୧୦ ସପ୍ତାହକୁ ବଢ଼ିବ

Advertisment
ଫ୍ରାଞ୍ଚାଇଜ୍‌ଙ୍କ କବ୍‌ଜାରେ କ୍ରିକେଟ୍‌: ସ୍ବାଧୀନତା ହରାଇଲେଣି ଖେଳାଳି, ବୋର୍ଡ

Image Courtesy: Money Control

ନୂଆଦିଲ୍ଲୀ: ‘‘ଆଗାମୀ ସମୟରେ ଆଇପିଏଲ୍ ୧୦ ସପ୍ତାହ ବିଶିଷ୍ଟ ହେବ। ଏଥିଲାଗି ଆଇସିସି ଆସନ୍ତା ଅନ୍ତର୍ଜାତୀୟ କ୍ରିକେଟ୍ ପଞ୍ଜିକାରେ ବିସିସିଆଇକୁ ସ୍ବତନ୍ତ୍ର ଝରକା ପ୍ରଦାନ କରିବ। ଏହି ସମୟରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବନି। ତେବେ ଆଇପିଏଲ୍ ଦଳ ସଂଖ୍ୟା ୧୦ରୁ ବଢ଼ାଇବାକୁ ସଂପ୍ରତି କୌଣସି ପ୍ରସ୍ତାବ କିମ୍ବା ଯୋଜନା ନାହିଁ।’’ ବୁଧବାର ଏଭଳି ମନ୍ତବ୍ୟ ଦେଇଛନ୍ତି ବିସିସିଆଇ ସଂପାଦକ ଜୟ ଶାହ। ଏକ ସାକ୍ଷାତକାର ଅବସରରେ ଶ୍ରୀ ଶାହ ଆହୁରି କହିଛନ୍ତି ଯେ ଆଇପିଏଲ୍‌ ଲାଗି ଏକ ପରିବର୍ଦ୍ଧିତ ଓ ସ୍ବତନ୍ତ୍ର ଝରକା ଖୋଲା ରଖିବାକୁ ଆମେ ଗତ କିଛି ଦିନ ହେବ ଆଇସିସି ଏବଂ ଅନ୍ୟ କ୍ରି‌କେଟ୍ ‌ବୋର୍ଡଗୁଡ଼ିକ ସହ ଆଲୋଚନା କରିଆସୁଛୁ। ମୁଁ ଆପଣଙ୍କୁ ଭରସା ଦେଉଛି ଯେ ଆସନ୍ତା ଆଇସିସି ଏଫ୍‌ଟିପି ବା ଭବିଷ୍ୟତ କ୍ରି‌କେଟ୍ ପଞ୍ଜିକାରେ ଆଇପିଏଲ୍ ପାଇଁ ଅଢ଼େଇ ମାସର ସମୟ ମିଳିବ। ଏହା ହେ‌ଲେ ସାରା ବିଶ୍ବର ଶୀର୍ଷସ୍ତରୀୟ କ୍ରି‌କେଟର୍‌ମାନେ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଆଇପିଏଲ୍‌ରୁ ସମସ୍ତେ ଉପକୃତ ହେଉଥିବାରୁ ଆମ ପ୍ରସ୍ତାବକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଏହା ହେଲେ ଆଇପିଏଲ୍ ମ୍ୟାଚ୍‌ ସଂଖ୍ୟା ୨୦୨୭ ପରେ ୭୪ରୁ ୯୪କୁ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe