ଆଇପିଏଲ୍‌ ଭାରତ ନୁହେଁ ୟୁଏଇରେ କରିବା ଉଚିତ୍‌: ଘାବ୍ରି

Advertisment

ରବଦା, କୋହଲିଙ୍କୁ ସମର୍ଥନ

ରବଦା, କୋହଲିଙ୍କୁ ସମର୍ଥନ

ନୂଆ ଆଇପିଏଲ୍ ଦଳ ପାଇଁ ଟେଣ୍ଡର ସମୟ ସୀମା ବଢ଼ାଇଲା ବିସିସିଆଇ

InsideSport

ନୂଆଦିଲ୍ଲୀ: ଆଇପିଏଲ୍‌ ଦଳଗୁଡ଼ିକ ଜୈବ ବଳୟ ମଧ୍ୟରେ ରହିଥିଲେ ମଧ୍ୟ ଗତ ଦୁଇ ତିନି ଦିନ ହେଲା ଲଗାତାର ଭାବେ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଫଳରେ ଚଳିତ ବର୍ଷ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ଏହାର ପରିଚାଳନା ପରିଷଦ ଏବଂ ବିସିସିଆଇ ନିଷ୍ପତ୍ତି ନେଇଛନ୍ତି ଏବଂ ସଂଗେ ସଂଗେ ଲାଗୁ କରିଛନ୍ତି। ଖେଳାଳିମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆଇପିଏଲ୍‌ର ଚଳିତ ସଂସ୍କରଣ ଭାରତରେ ନୁହେଁ ୟୁଏଇରେ ଆୟୋଜନ କରିବା ଉଚିତ୍‌। ଗତବର୍ଷ ୟୁଏଇ ଏହି ଧନି ଲିଗ୍‌କୁ ସଫଳତା ସହ ଆୟୋଜିତ କରିଥିଲା। ଭାରତ‌ରେ କରୋନା ମହାମାରୀ ଦ୍ରୁତ ବେଗରେ ବଢ଼ୁଥିବା ଯୋଗୁଁ ଏହି ପ୍ରତିଯୋଗିତା ଆୟୋଜନ ଲାଗି ୟୁଏଇ ଶ୍ରେଷ୍ଠ ବିକଳ୍ପ ହେବ ବୋଲି ପୂର୍ବତନ ଭାରତୀୟ ବାମହାତୀ ସ୍ପିନର କର୍ସନ ଘାବ୍ରି କହିଛନ୍ତି। ମୁଁ ଜାଣେ ଆମ ଦେଶରେ ଅଧିକ ପ୍ରଶଂସକ ଅଛନ୍ତି। କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରଥମ ପ୍ରାଥମିକତା ହେବା ଉଚିତ୍। ୟୁଏଇରେ ଆଇପିଏଲ ଆୟୋଜନ କରିବାରେ କ’ଣ କ୍ଷତି ହୋଇଥା’ନ୍ତା? ସେଠାରେ ଆବୁଧାବି, ସାରଜା ଓ ଦୁବାଇ ଷ୍ଟାଡିୟମ ସହ ପଞ୍ଚ ତାରକା ହୋଟେଲ ମଧ୍ୟ ରହିଛି। ଆଇପିଏଲ୍ ପାଇଁ ୟୁଏଇ ପ୍ରଥମ ବିକଳ୍ପ ହେବା ଉଚିତ୍। ଆଇପିଏଲ୍ ମ୍ୟାଚ୍ ଆୟୋଜନ କରିବା ଏବଂ ଆମର ଖେଳାଳିଙ୍କୁ ସୁରକ୍ଷିତ ରଖିବା ପାଇଁ ୟୁଏଇ ସର୍ବୋତ୍ତମ ହୋଇଥା’ନ୍ତା ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗି‌ସୋ ରବାଦାଙ୍କ ପ୍ରଦର୍ଶନ ଭଲନଥିଲା। ଗତ ବର୍ଷ ସେ ୧୭ ମ୍ୟାଚ୍‌ ଖେଳି ୩୦ ୱିକେଟ୍‌ ନେଇ ପର୍ପଲ କ୍ୟାପ୍‌ କରାୟତ୍ତ କରିଥିଲେ। ଏଥି‌ରେ ୨ ଥର ୪ ୱିକେଟ୍‌ ସଫଳତା ରହିଥିଲା। ହେଲେ ଚଳିତ ବର୍ଷ ୭ ମ୍ୟାଚ୍‌ରୁ ୮ ୱିକେଟ୍‌ ନେଇ ‌ସର୍ବାଧିକ ୱିକେଟ୍‌ ହାସଲକାରୀଙ୍କ ମଧ୍ୟରେ ଦ୍ବାଦଶ ସ୍ଥାନରେ ରହିଛନ୍ତି। ରବାଦା ଜଣେ ତାରକା କ୍ରିକେଟର୍‌। ଜଣେ କ୍ରିକେଟର୍‌ର ଜୀବନ ଉତ୍‌ଥାନପତନ ଦେଇ ଚାଲିଥାଏ। ସେ ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ବୋଲର। ଗତ ଋତୁର ସେ ସର୍ବାଧିକ ୱିକେଟ୍‌ ହାସଲକାରୀ। ଏଥିପାଇଁ ଚଳିତ ଋତୁରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଜଣେ କ୍ରିକେଟର୍‌ କ’ଣ ସବୁବେଳେ ଶ୍ରେଷ୍ଠ ଦେଇପାରିବ। ଜଣେ ବ୍ୟାଟ୍ସମ୍ୟାନ୍‌ ଶତକ ଅର୍ଜନ କରିବା ପରେ ଶୂନରେ ବି ଆଉଟ୍‌ ହୁଏ। ତାମାନେ ସେ କ’ଣ ଖରାପ ବ୍ୟାଟ୍ସମ୍ୟାନ୍‌। ସେ ଭଲ ବୋଲିଂ କରୁଛନ୍ତି ହେଲେ ୱିକେଟ୍‌ ପାଉନାହାନ୍ତି। ରବଦା ଜଣେ ଗୁଣାତ୍ମକ ବୋଲର ବୋଲି ଘାବ୍ରି ପ୍ରକାଶ କରିଛନ୍ତି।

ଏହି ଫର୍ମାଟରେ ତୁମକୁ ୪ ଓଭର ବୋଲିଂ ମିଳିବ। ଆଉ ବ୍ୟାଟ୍ସମ୍ୟାନ୍‌ର ମନରେ ଥାଏ ପଡ଼ିଆକୁ ପସିଲା ମାତ୍ରେ ବୋଲରକୁ ମାରିବା ଆରମ୍ଭ କରିବି। ରନ୍‌ ନଦେଇ ୱିକେଟ୍‌ ନେବାର ମାନସିକତା ବୋଲରର ରହିଥାଏ। ତେଣୁ ଏହି ଫର୍ମାଟ୍‌ ଭାଗ୍ୟ ଉପରେ ନିର୍ଭର କରିଥାଏ। ଗୋଟିଏ ଦୁଇଟି ଖରାପ ପ୍ରଦର୍ଶନରେ ରବଦାଙ୍କୁ ଖରାପ ବୋଲର କହିପାରିବନି। ସେ ଜଣେ ତାରକା ବୋଲର ବୋଲି ୧୯୭୫ରୁ ୧୯୮୧ ମଧ୍ୟରେ ୩୯ ଟେଷ୍ଟ୍‌, ୧୯ ଦିନିକିଆ ଖେଳିଥିବା ଘାବ୍ରି କହିଛନ୍ତି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଘାବ୍ରି ପ୍ରଶଂସା କରିଛନ୍ତି। ବିରାଟ ଚଳିତ ଋତୁରେ ୭ ମ୍ୟାଚ୍‌ ଖେଳି ୩୩.୦୦ ହାରରେ ୧୯୮ ରନ୍‌ କରିଛନ୍ତି ଏବଂ ସର୍ବ‌ଧିକ ରନ୍‌ ହାସଲକାରୀଙ୍କ ମଧ୍ୟରେ ୧୫ତମ ସ୍ଥାନରେ ରହିଛନ୍ତି। ‘‘ସେ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ସେ ଅଧିକ ସମୟ ନେବେନି। ସେ କେବେ ଫର୍ମ ହରାଇନଥିବେ। ଏହା ଟି-୨୦ ଖେଳ। ଏଠାରେ ସବୁ କିଛି ସମ୍ଭବ। ସେ ଜଣେ ଶ୍ରେଷ୍ଠ ଶ୍ରେଣୀୟ ବ୍ୟାଟ୍ସମ୍ୟାନ୍‌’’ ବୋଲି ଘାବ୍ରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe