୧୨୦ ଦେଶରେ ପ୍ରସାରିତ ହେବ ଆଇପିଏଲ୍, ୭ଟି ଆଞ୍ଚଳିକ ଭାଷାରେ ବି ହେବ ପ୍ରସାରଣ

Advertisment
୧୨୦ ଦେଶରେ ପ୍ରସାରିତ ହେବ ଆଇପିଏଲ୍, ୭ଟି ଆଞ୍ଚଳିକ ଭାଷାରେ ବି ହେବ ପ୍ରସାରଣ

Star-India

ଦୁବାଇ: ୟୁଏଇରେ ହେବାକୁ ଥିବା ଚଳିତବର୍ଷର ଆଇପିଏଲ୍ ବିଶ୍ବର ୧୨୦ ଦେଶରେ ପ୍ରସାରିତ ହେବ। ଏହି ସବୁ ଦେଶର ଲୋକମାନେ ଟେଲିଭିଜନ୍‌ରେ ସିଧା ପ୍ରସାରଣ ଦେଖିବା ସହ ଅନଲାଇନ୍ ଷ୍ଟ୍ରିମିଂରେ ମଧ୍ୟ ଆଇପିଏଲ୍‌ର ମଜା ନେଇପାରିବେ। ବିଶ୍ବର ଏହି ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଯେଭଳି କ୍ରିକେଟ୍ ଜଗତର କୋଣ ଅନୁକୋଣରେ ପହଞ୍ଚିବ, ସେ ବ୍ୟବସ୍ଥା ପ୍ରସାରଣକାରୀ ସଂସ୍ଥା ଷ୍ଟାର ଇଣ୍ଡିଆ କରିଛି।

ଭାରତୀୟ ଉପମହାଦେଶର କ୍ରିକେଟ୍ ପ୍ରେମୀ ଷ୍ଟାର ଇଣ୍ଡିଆର ବିଭିନ୍ନ ଚ୍ୟାନେଲ୍‌ରେ ମ୍ୟାଚ୍ ଉପଭୋଗ କରିପାରିବେ। କେବଳ ଇଂରାଜି ନୁହେଁ, ହିନ୍ଦି ସହ ତାମିଲ, ତେଲୁଗୁ, କନ୍ନଡ, ବେଙ୍ଗଲୀ, ମରାଠି, ମାଲାୟଲମ୍‌ ଆଦି ସାତଟି ଆଞ୍ଚଳିକ ଭାଷାରେ ମଧ୍ୟ ଆଇପିଏଲ-୧୩ର ଧାରା ବିବରଣୀ ପ୍ରଦାନ କରାଯିବ। କେତେକ ବିଦେଶୀ ଭାଷାରେ ବି ଧାରାବିବରଣୀ ଦିଆଯିବ। କ୍ରିକେଟ୍ ପ୍ରେମୀ ଡିସ୍‌ନି ପ୍ଲସ୍ ହଟଷ୍ଟାରରେ ମଧ୍ୟ ଆଇପିଏଲ୍ ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂର ଉପଭୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe