Cricket : ପଡ଼ିଆରେ ରାଜନୀତି : କ୍ରିକେଟ୍ ହେଲମେଟରେ ପାଲେଷ୍ଟାଇନ୍ ପତାକାକୁ ନେଇ ବିବାଦ

Advertisment

ଜମମୁରେ ଚାଲିଥିବା ଜମ୍ମୁ ଓ କଶ୍ମୀର ପ୍ରିମିୟର ଲିଗ୍ (ଜେକେପିଏଲ) ଏବେ ଖେଳ ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଅଛି । ଗୋଟିଏ ମ୍ୟାଚ ସମୟରେ ଜଣେ ଖେଳାଳି ନିଜ ହେଲମେଟରେ ପାଲେଷ୍ଟାଇନର ପତାକା ମାରିଥିବା ଦେଖାଯିବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା । 

ଜମମୁରେ ଚାଲିଥିବା ଜମ୍ମୁ ଓ କଶ୍ମୀର ପ୍ରିମିୟର ଲିଗ୍ (ଜେକେପିଏଲ) ଏବେ ଖେଳ ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଅଛି । ଗୋଟିଏ ମ୍ୟାଚ ସମୟରେ ଜଣେ ଖେଳାଳି ନିଜ ହେଲମେଟରେ ପାଲେଷ୍ଟାଇନର ପତାକା ମାରିଥିବା ଦେଖାଯିବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା । 

farqan Bhat

Farqan Bhat

ଜମ୍ମୁ : ଜମମୁରେ ଚାଲିଥିବା ଜମ୍ମୁ ଓ କଶ୍ମୀର ପ୍ରିମିୟର ଲିଗ୍ (ଜେକେପିଏଲ) ଏବେ ଖେଳ ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଅଛି । ଗୋଟିଏ ମ୍ୟାଚ ସମୟରେ ଜଣେ ଖେଳାଳି ନିଜ ହେଲମେଟରେ ପାଲେଷ୍ଟାଇନର ପତାକା ମାରିଥିବା ଦେଖାଯିବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା । 

ଆହୁରି ପଢନ୍ତୁ : Gold Rate calculation: ସୁନା ଦାମ୍‌ କେମିତି ହିସାବ କରନ୍ତି ବ୍ୟବସାୟୀ?

ହେଲମେଟରେ ପାଲେଷ୍ଟାଇନ ପତାକା ଲଗାଇଥିବା ଖେଳାଳିଙ୍କ ନାଁ ହେଉଛି ଫରକାନ ଭଟ୍ ଓ ସେ ଜେକେ-୧୧ ପକ୍ଷରୁ ଖେଳନ୍ତି । ଗତକାଲି ଜେକେ-୧୧ ଓ ଜମ୍ମୁ ଟ୍ରେଲବ୍ଲେଜର୍ସ ମଧ୍ୟରେ ଚାଲିଥିବା ଏକ ମ୍ୟାଚ ବେଳେ ଫରକାନ ନିଜ ହେଲମେଟରେ ପାଲେଷ୍ଟାଇନ ପତାକାର ଷ୍ଟ୍ରିକର ମାରିଥିବା ଦେଖାଯାଇଥିଲା । 

ଆହୁରି ପଢନ୍ତୁ : India-Pakistan : ଉତ୍ତେଜନା ସତ୍ତ୍ବେ ପରମାଣୁ ପ୍ରତିଷ୍ଠାନ ତାଲିକା ଆଦାନପ୍ରଦାନ କଲେ ଭାରତ, ପାକ୍

 ଏହି ଘଟଣା ଜଣାପଡ଼ିବା ପରେ ଜମ୍ମୁ ପୁଲିସ ଘଟଣାକୁ ସଂବେଦନଶୀଳ ମନେ କରି ତଦନ୍ତ ଆରମ୍ଭ କରିଛି। ଜମ୍ମୁର ଡୋମାନା ପୁଲିସ ଏହି ଖେଳାଳି ଓ ଆୟୋଜକଙ୍କୁ ଥାନାକୁ ଡାକି ପଚରାଉଚୁରା କରୁଛି । ପୁଲିସ ମୁଖ୍ୟତଃ ଜାଣିବାକୁ ଚେଷ୍ଟାଚଳାଇଛି ଯେ ଖେଳର ଆୟୋଜକମାନେ କ୍ରୀଡ଼ା ବ୍ୟତୀତ ଅନ୍ୟ କୌଣସି ପ୍ରକାରର ପ୍ରତୀକ ଲଗାଇବାକୁ ଅନୁମତି ଦେଇଥିଲେ କି ଅଥବା ସଂପୃକ୍ତ ଖେଳାଳି ଏପରି କୌଣସି ଅନୁମତି ମାଗିଥିଲେ କି ? କଣ ଏହି ଘଟଣା ଲିଗର ନିୟମାବଳୀ ଅନୁରୂପ ଥିଲା ? ଏହି ଘଟଣା ସଂବେଦନଶୀଳ ଥିବାରୁ ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe