Hindustan Times
ନୂଆଦିଲ୍ଲୀ: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବେ ସମସ୍ତଙ୍କ ପାଇଁ ମୁଖ୍ୟ ଆଲୋଚନାର ପ୍ରସଙ୍ଗ ପାଲଟିଛି। କେତେକ ଏହାକୁ ୨୦୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ମତ ଦେଉଥିଲା ବେଳେ ଆଉ କେତେକ ସ୍ଥିତି କେଉଁ ଆଡକୁ ଯାଉଛି, ସେତେଦିନ ଯାଏଁ ଅପେକ୍ଷା କରିବାକୁ ପ୍ରତିକ୍ରିୟା ରଖୁଛନ୍ତି। ତେବେ ମେରିଲିବୋନ୍ କ୍ରିକେଟ କ୍ଲବ୍ (ଏମ୍ସିସି) ସଭାପତି କୁମାର ସାଙ୍ଗାକାରା ଚଳିତ ବର୍ଷ ଏହି ପ୍ରତିଯୋଗିତାକୁ ବାତିଲ କରାଯିବା ସପକ୍ଷରେ ମତ ରଖିଛନ୍ତି।
ତାଙ୍କ ମତରେ, ଉକ୍ତ ଭୂତାଣୁ ସହ କ'ଣ ଘଟିବାକୁ ଯାଉଛି ତାହା ଉପରେ ପ୍ରଥମ ନଜର ରହିବ। ସାର୍ସ ଓ ମେର୍ସ ଭଳି ଏହା ହଠାତ୍ ଗାଏବ ହୋଇଯାଇପାରେ କିମ୍ବା ଋତୁକାଳୀନ ଭିତ୍ତିରେ ଏହା ପୁଣିଥରେ ଫେରିପାରେ। ଆମକୁ ଏହି ଭୂତାଣୁ ସହ ଲମ୍ବା ସମୟ ପାଇଁ ରହିବାକୁ ପଡ଼ିପାରେ। ଯଦି ବାସ୍ତବରେ ଏଭଳି ସ୍ଥିତି ଆଗକୁ ହୁଏ, ତାହେଲେ ଆମର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିବ। ଯେପର୍ଯ୍ୟନ୍ତ ଏହାର ଟୀକା ଆସିନାହିଁ, ସେଯାଏଁ ନୂଆ ଢଙ୍ଗରେ ଜୀବନ କାଟିବାକୁ ହେବ। ତେଣୁ ଏଭଳି କିଛି ପ୍ରସଙ୍ଗ ଆମ ଆଗରେ ଆସୁଥିବାରୁ ଏସବୁର ସଠିକ୍ ଜବାବ କେହି ଦେଇପାରିବେନି। ତଥାପି ଦିନ ଗଡିବା ସହ ଆମେ ଏହା ଉପରେ ଅଧିକ ସ୍ପଷ୍ଟ ହୋଇପାରିବା। ତେଣୁ ଆଇସିସି ପାଇଁ ଚିନ୍ତା କରୁଥିଲା ବେଳେ ବର୍ତ୍ତମାନର ପରିସ୍ଥିତିକୁ ସେ ଭଲଭାବେ ବୁଝିଥିଲା ବେଳେ ବିଶେଷଜ୍ଞମାନଙ୍କ ସହ ଏସ˚କ୍ରାନ୍ତରେ ନିୟମିତ ଆଲୋଚନା ଚାଲିଥିବା ସାଙ୍ଗାକାରା ପ୍ରତିକ୍ରିୟା ଦେଇଛନ୍ତି। ଏମିତିକି ଆମ ଭିତରେ ଉଙ୍କିମାରୁଥିବା ଅନେକ ପ୍ରଶ୍ନର ଜବାବ ବିଶେଷଜ୍ଞମାନେ ବି ଦେଇପାରୁନାହାନ୍ତି। ପ୍ରତ୍ୟେକଦିନ ନୂଆ କିଛି ଶିଖିବାକୁ ମିଳୁଛି, ନୂଆ ଆବିଷ୍କାର ହେଉଛି। ତେଣୁ ଆମକୁ ଅପେକ୍ଷା କରିବାକୁ ହେବ। କିନ୍ତୁ ଚଳିତ ବର୍ଷର ବିଶ୍ବକପ୍କୁ ବାତିଲ କରିବା ବିକଳ୍ପ ହେବ କିମ୍ବା ଏହାକୁ ଅନ୍ୟ ଏକ ବର୍ଷକୁ ଘୁଞ୍ଚାଇ ଦେବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି।
Follow Us