ମସାବା-ରିଚାର୍ଡସ ମହାମିଳନ

Advertisment
ମସାବା-ରିଚାର୍ଡସ ମହାମିଳନ

IndiaTV News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ର ମହାନ କ୍ରି‌କେଟର୍ ଭିଭିଆନ୍ ରିଚାର୍ଡସ ମାର୍ଚ ୭ ତାରିଖରେ ତାଙ୍କ ୭୦ତମ ଜନ୍ମଦିବସ ପାଳନ କରିଥିଲେ। ଏହାର ଦୁଇ ମାସ ପରେ ଝିଅ ମସାବା ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ନିଜ କିଂବଦନ୍ତି ପିତାଙ୍କ ସହ ତାଙ୍କ ଜନ୍ମଦିନରେ ଉଠାଇଥିବା ଫଠୋ ପ୍ରକାଶ କରିଛନ୍ତି। କ୍ରିକେଟ୍ ପ୍ରଶଂସକ ଏହାକୁ ବାପ-ଝିଅଙ୍କ ମହାମିଳନ ଭାବେ ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ ମସାବା ହେଉଛନ୍ତି ଭାରତୀୟ ଅଭିନେତ୍ରୀ ନିନା ଗୁପ୍ତା ଓ ରିଚାର୍ଡସଙ୍କ ଝିଅ। ରିଚାର୍ଡସ ଆନୁଷ୍ଠାନିକ ଭା‌ବେ ନିନାଙ୍କୁ ବିବାହ କରି ନଥିଲେ ମଧ୍ୟ ତାଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସଂପର୍କରେ ରହିଥିଲେ। ମସାବା ପିଲାବେଳେ ନିଜ ମା’ଙ୍କ ସହ ରହୁଥିଲେ। ତେବେ ବଡ଼ ହେବା ପରେ ପିତାଙ୍କ ସଂପର୍କରେ ଆସିବା ସହ ତାଙ୍କ ସହ ବରାବର ସଂପର୍କ ରଖି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe