ଅନ୍‌ଲାଇନ୍ ଗାଳି ନେଲା ଜୀବନ, ଜାପାନୀ ମହିଳା କୁସ୍ତିଯୋଦ୍ଧାଙ୍କ ରହସ୍ୟମୟ ମୃତ୍ୟୁ

Advertisment
ଅନ୍‌ଲାଇନ୍ ଗାଳି ନେଲା ଜୀବନ, ଜାପାନୀ ମହିଳା କୁସ୍ତିଯୋଦ୍ଧାଙ୍କ ରହସ୍ୟମୟ ମୃତ୍ୟୁ

ଟୋକିଓ: ବିଶ୍ବବ୍ୟାପୀ ‌କୋଭିଡ୍‌-୧୯ ଯୁଦ୍ଧ ଚାଲିଥିବା ବେଳେ ଜଣେ ଯୁବ ଜାପାନୀ କୁସ୍ତିଯୋଦ୍ଧାଙ୍କ ଅକାଳ ବିୟୋଗ ଏବେ ଚର୍ଚାକୁ ଆସିଛି। ୨୨ ବର୍ଷୀୟା ପେସାଦାର କୁସ୍ତିଯୋଦ୍ଧା ହାନା କିମୁରା ଶନିବାର ରହସ୍ୟଜନକ ଭାବେ ନିଜ ଘରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଖୋଜା ଚାଲିଥିଲେ ମଧ୍ୟ ଅନଲାଇନ୍ ଗାଳି ସହି ନ ପାରି ସେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଏହା ପରେ ପେସାଦାର କୁସ୍ତି ସମ୍ପ୍ରଦାୟ ହାନାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି। 'ଅନଲାଇନ୍ ଗାଳି ଯଥାର୍ଥ ନୁହେଁ' ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

ନେଟ୍‌ଫ୍ଲିକ୍ସ ସୋ' 'ଟେରାସ୍‌ ହାଉସ୍‌' (ଅଗଣା ଘର)ରେ ହାନା ଅଭିନୟ କରନ୍ତି। ଏଥିରେ ତାଙ୍କ ଭୂମିକାକୁ ନେଇ କେଉଁଠି ଅନଲାଇନ୍‌ରେ ବହୁ ପ୍ରଶଂସକ ଗାଳି ଗୁଲଜ କରିଥିଲେ। ଏହି ସୋ'ରେ ୩ ପୁରୁଷ ଓ ୩ ମହିଳା ଟୋକିଓରେ ଏକ ଅସ୍ଥାୟୀ ଘରେ ଏକାଠି ରହୁଥିଲେ। ଏହି ସୋ' ଅବଶ୍ୟ କରୋନା ଭୂତାଣୁ ସଂକ୍ରମଣ ପରେ ସ୍ଥଗିତ ରହିଛି। ମୃତ୍ୟୁ ପୂର୍ବରୁ ହାନା ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା କିଛି ଫଟୋ ସେ ଖୁସିରେ ନ ଥିଲେ ବୋଲି ପ୍ରମାଣ ଦେଇଛି। ଗୋଟିଏ ଫଟୋରେ ନିଜ ବିଲେଇ ସହ ଛାଡ଼ି ଲେଖିଥ‌ିଲେ 'ଗୁଡ୍‌ ବାଏ'। ଅନ୍ୟଟିରେ ସେ ଲେଖିଥିଲେ 'ମୁଁ ତୁମକୁ ଭଲ ପାଏ, ଖୁସିରେ ରୁହ ଓ ଦୀର୍ଘଜୀବି ରୁହ, ମୁଁ ଦୁଃଖିତ'। ଏଥିରୁ ହାନା ମାନସିକ ଚାପରେ ଥିବାର ଝଲକ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe