ଜାତୀୟ ଯୋଗାସନ ପ୍ରତିଯୋଗିତା ମମତାଙ୍କୁ ସ୍ବର୍ଣ୍ଣ

Advertisment
ଜାତୀୟ ଯୋଗାସନ ପ୍ରତିଯୋଗିତା ମମତାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଭାରତୀୟ ଯୋଗ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଭର୍ଚୁଆଲ ଯୋଗାସନ ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟ ଯୋଗ ସ୍କୁଲର ମମତା ଭୂଏ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଆୟୂଷ ମନ୍ତ୍ରାଳୟ ଭାରତ ସରକାରଙ୍କ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ମମତା ୩୦ କିଲୋଗ୍ରାମରୁ କମ୍ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ଅନନ୍ୟ ସଫଳତା ଲାଗି କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା‌ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାର ୨୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ‌ବୋଲି ଓଡ଼ିଶା ଯୋଗ କ୍ରୀଡ଼ା ସଂଘର ସଂପାଦକ ଗଗନେନ୍ଦୁ ଦାସ ଜଣାଇଛନ୍ତି। ସେଥିମଧ୍ୟରୁ ୫ ବାଳକ ଏବଂ ୭ ବାଳିକା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଯାହା ଓଡ଼ିଶାର ଯୋଗ ଦକ୍ଷତାକୁ ଦର୍ଶାଉଛି। ସୂଚନାଯୋଗ୍ୟ ଯେ ଚଳିତ ମାସ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଜାତୀୟ ଯୋଗାସନ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe