ନାଇକ୍‌-ବିସିସିଆଇ ଚୁକ୍ତି ଶେଷ ହେବ, ମୂଳ ଦରରେ ୩୧ ପ୍ରତିଶତ ହ୍ରାସ!

Advertisment
ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଉପକରଣ ପ୍ରା‌ୟୋଜକ ନାଇକ ସହ ବିସିସିଆଇ କରିଥିବା ଚୁକ୍ତି ଶେଷ ହେବାର ସମୟ ଆସିଯାଇଛି। ସେଥିପାଇଁ ଉଭୟ ଅଲଗା ହୋଇଯିବେ ନା ସଂପର୍କକୁ ଆହୁରି ନିବିଡ଼ କରିବେ ସେନେଇ ଚର୍ଚା ଏବେ ଜୋର ଧରିଛି। ଦୀର୍ଘ ୧୦ ବର୍ଷର ସଂପର୍କ ପରେ ନାଇକ୍ ୨୦୧୬ ମସିହାରେ ବିସିସିଆଇ ସହ କରିଥିବା ଚୁକ୍ତିକୁ ଆଉ ଚାରି ବର୍ଷ ପାଇଁ ନବୀକରଣ କରିଥିଲା। ତଦନୁଯାୟୀ ଭାରତୀୟ କ୍ରିକେଟ୍ ଦଳର ମ୍ୟାଚ୍ ପିଛା ନାଇକ୍ ୮୮ ଲକ୍ଷ ଟଙ୍କା ଦେବା ସହ ମୋଟ ୨୨୦ ମ୍ୟାଚ୍ ଲାଗି ବାର୍ଷିକ ସର୍ବନିମ୍ନ ୬ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା। ତା’ ସହ ଭାରତୀୟ ଦଳର ଲୋ‌ଗୋ ଥିବା ପୋଷାକ ବିକ୍ରିରୁ ୧୫ ପ୍ରତିଶତ ରୟାଲଟି ସହ ୮ରୁ୧୦ କୋଟି ଟଙ୍କାର ଖେଳ ଉପକରଣ ଓ ପୋଷାକ ଦେବା (ବସ୍ତୁ ବିନିମୟ ବ୍ୟବସ୍ଥାରେ)କୁ ମଧ୍ୟ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଆସନ୍ତା ସେପ୍ଟେମ୍ବରରେ ଶେଷ ହେବ। ତେବେ କୋଭିଡ୍-୧୯ ପରିସ୍ଥିତି ପାଇଁ ସଂପ୍ରତି ବଜାର ଅବସ୍ଥା ଭଲ ନଥିବାରୁ ବିସିସିଆଇ ତା’ର ମ୍ୟାଚ୍ ପିଛା ମୂଳ ଦର (ପୋଷାକ ଅଧିକାର ପାଇଁ)ରେ ପାଖାପାଖି ୩୧ ପ୍ରତିଶତ ହ୍ରାସ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ମ୍ୟାଚ୍ ପିଛା ମୂଳ ଦର ୮୮ ଲକ୍ଷ୍ୟ ଥିଲା ବେଳେ ଏବେ ଏହା ୬୧ ଲକ୍ଷ ଟଙ୍କାକୁ ହ୍ରାସ କରାଯିବ। ପୋଷାକ ଅଧିକାର ପାଇଁ ନୂଆ ଚୁକ୍ତିର ଅବଧି ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ଭାରତୀୟ କ୍ରିକେଟ୍ ଦଳର ପୋଷାକ ଅଧିକାର ଲାଗି ବହୁ କଂପାନି ଆଗ୍ରହୀ ଅଛନ୍ତି। ନାଇକ କିନ୍ତୁ ଏହି ସଂପର୍କକୁ ଭାଙ୍ଗିବ ନା ରଖିବ, ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହିଁ। ଏହି ବିଷୟରେ ଶେଷ ନିଷ୍ପତ୍ତି ଆସନ୍ତା ମଙ୍ଗଳବାର ହେବାର ଆଶା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe