ଆଇପିଏଲ୍ ମ୍ୟାଚ୍ ସଂଖ୍ୟା‌ ୯୪କୁ ବଢ଼ିବ

Advertisment

ବିଶ୍ବର ସବୁଠାରୁ ଲୋକପ୍ରିୟ ତଥା ବହୁ ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ‘ଆଇପିଏଲ୍‌’ର ମ୍ୟାଚ୍ ସଂଖ୍ୟା ୭୪ରୁ ୯୪କୁ ବଢ଼ିବ। ଅଧ୍ୟକ୍ଷ ଅରୁଣ ଧୂମାଲ ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ଆଇପିଏଲ୍‌ର...

ବିଶ୍ବର ସବୁଠାରୁ ଲୋକପ୍ରିୟ ତଥା ବହୁ ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ‘ଆଇପିଏଲ୍‌’ର ମ୍ୟାଚ୍ ସଂଖ୍ୟା ୭୪ରୁ ୯୪କୁ ବଢ଼ିବ। ଅଧ୍ୟକ୍ଷ ଅରୁଣ ଧୂମାଲ ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ଆଇପିଏଲ୍‌ର...

ipl

ମୁମ୍ବାଇ: ବିଶ୍ବର ସବୁଠାରୁ ଲୋକପ୍ରିୟ ତଥା ବହୁ ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ‘ଆଇପିଏଲ୍‌’ର ମ୍ୟାଚ୍ ସଂଖ୍ୟା ୭୪ରୁ ୯୪କୁ ବଢ଼ିବ। ଅଧ୍ୟକ୍ଷ ଅରୁଣ ଧୂମାଲ ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ଆଇପିଏଲ୍‌ର ମ୍ୟାଚ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇ ନପାରେ। ତେବେ ୨୦୨୮ ମସିହାରୁ ଆରମ୍ଭ ହେବାକୁ ଥିବା ନୂଆ‌ ପ୍ରସାରଣ ଅଧିକାର ଚକ୍ରରେ ଘରୋଇ ଓ ବାହାର ଭିତ୍ତିରେ ଅଧିକ ୨୦ଟି ମ୍ୟାଚ୍ ଖେଳିବାକୁ ଯୋଜନା କରାଯାଉଛି।

ଏଥିନେଇ ଆଇସିସି ସହ ଆଲୋଚନା ଆରମ୍ଭ ହୋଇସାରିଛି। ସେହିଭଳି ବିସିସିଆଇ କର୍ମକର୍ତ୍ତା ନିଜନିଜ ଭିତରେ ଏଥିନେଇ ବିଚାର ବିମର୍ଷ କରୁଛନ୍ତି। ଆଇସିସି ପ୍ରଦତ୍ତ କରିବା ଗବାକ୍ଷ ଅନୁସାରେ ଆଇପିଏଲ୍‌ର ମ୍ୟାଚ୍‌ ସଂଖ୍ୟାକୁ ପ୍ରଥମେ ୮୪ ଏବଂ ପରେ ୯୪କୁ ବଢ଼ାଇ ଦିଆଯିବ। କାରଣ ଆମେ ସମସ୍ତ ସତ୍ବାଧିକାରୀଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟରେ ଅଛୁ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷର ଆଇପିଏଲ୍ ୯ ସପ୍ତାହ ଧରି ଖେଳାଯାଉଥିଲା ବେଳେ ୧୨ଟି ଯୁଗଳ ମୁକାବିଲା ରହିଛି। ଯଦି ମୋଟ ମ୍ୟାଚ୍ ସଂଖ୍ୟା ୯୪କୁ ବଢ଼ିବ, ତାହେଲେ ଯୁଗଳ ମ୍ୟାଚ୍‌ ସଂଖ୍ୟା ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe