ପରାଜୟ ଧାରା ଭାଙ୍ଗିଲା ଓଡ଼ିଶା ଏଫ୍‌ସି, ନର୍ଥଇଷ୍ଟ୍‌ ସହ ଅମୀମାଂସିତ ରଖିଲା

Advertisment
ପରାଜୟ ଧାରା ଭାଙ୍ଗିଲା ଓଡ଼ିଶା ଏଫ୍‌ସି, ନର୍ଥଇଷ୍ଟ୍‌ ସହ ଅମୀମାଂସିତ ରଖିଲା

ଭୁବନେଶ୍ବର : ଚଳିତ ଆଇଏସ୍‌ଏଲ୍‌ରେ ଲଗାତାର ୪ ମ୍ୟାଚ୍‌ ହାରିବା ପରେ ଓଡ଼ିଶା ଏଫ୍‌ସି ମଙ୍ଗଳବାର ଏହି ଧାରା ଭାଙ୍ଗିଛି। ବାମ୍ବୋଲିମସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷ ମ୍ୟାଚ୍‌କୁ ଦଳ ୨-୨ ଗୋଲ୍‌ରେ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଛି। ଫଳରେ ଉଭୟ ଦଳ ୧-୧ ପଏଣ୍ଟ୍‌ ବାଣ୍ଟି ନେଇଛନ୍ତି। ଓଡ଼ିଶା ଏଫ୍‌ସି ୭ ମ୍ୟାଚ୍‌ ଖେଳି ୫ ପରାଜୟ ୨ ଅମୀମାଂସିତରୁ ୨ ପଏଣ୍ଟ୍‌ ପାଇ ଟେବୁଲର ଶେଷ ସ୍ଥାନରେ ଏବଂ ନର୍ଥଇଷ୍ଟ (୮ ମ୍ୟାଚ୍‌, ୨ ବିଜୟ, ୫ ଅମୀମାଂସିତ, ୧ ପରାଜୟ) ୧୧ ପଏଣ୍ଟ୍‌ ସହ ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି।

ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ଡିଏଗୋ ମୌରିସିଓଙ୍କ ଗୋଲ୍‌ରେ ଓଡ଼ିଶା ଏଫ୍‌ସି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ପ୍ରଥମାର୍ଧର ‌ଶେଷ ସମୟରେ ‌ନର୍ଥଇ‌ଷ୍ଟର ବେଞ୍ଜାମିନ ଲମ୍ବୋଟ (୪୫+୨ ମିନିଟ୍‌) ଏହି ଗୋଲ୍‌ଟି ଶୁ‌ଝି ଦେଇଥିଲେ। ଦ୍ବିତୀୟାର୍ଧରେ କୋସିଆ ଆପିହା (୬୫ ମିନିଟ୍‌)ଙ୍କ ପେନାଲ୍‌ଟି ଗୋଲ୍‌ ବଳରେ ନର୍ଥଇଷ୍ଟ ୨-୧ରେ ଆଗୁଆ ରହିଥିଲା। ଏହାର ଦୁଇ ମିନିଟ୍‌ ପରେ ଓଡ଼ିଶାର କୋଲ୍‌ ଆଲେକ୍‌ଜାଣ୍ଡର (୬୭ ମିନିଟ୍‌) ଏହାକୁ ଶୁଝି ସ୍ଥିତି ବରାବାର କରିଥିଲେ। ‌ଅମୀମାଂସିତ ରଖିବାରେ ପ୍ରମୁଖ ଭୂମିକା ନେଇଥିବା କୋଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବୁଧବାର ଏଫ୍‌ସି ଗୋଆକୁ ଜାମସେଦପୁର ଏଫ୍‌ସି ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe