ଜାଗ୍ରେବରେ ଭାରତୀୟ ବନ୍ଧୁକଚାଳକଙ୍କ ଅଲିମ୍ପିକ ଅଭ୍ୟାସ ଆରମ୍ଭ

ଜାଗ୍ରେବରେ ଭାରତୀୟ ବନ୍ଧୁକଚାଳକଙ୍କ ଅଲିମ୍ପିକ ଅଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନକାରୀ ଭାରତୀୟ ଏୟାର ରାଇଫଲ ଏବଂ ପିସ୍ତଲ ଚାଳକମାନେ ବୁଧବାରଠୁ ଜାଗ୍ରେବରେ ଅଭ୍ୟାସ ଆରମ୍ଭ କରିଛନ୍ତି। ମେ ୧୨ ତାରିଖରେ ଏଠାରେ ପହଞ୍ଚିବା ପରେ ଖେଳାଳିମାନେ ଗୋଟିଏ ସପ୍ତାହର ସଂଗରୋଧ ଅବଧି ଶେ‌ଷ କରି ରେଞ୍ଜରେ ବୁଧବାର ୪ ଘଣ୍ଟା ଅଭ୍ୟାସ କରିଥିଲେ। ତେବେ ଜଣେ ଅଭ୍ୟାସକୁ ଆସିନଥିଲେ। ଅପୂର୍ବୀ ଚାନ୍ଦିଲାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ରାକେଶ ମନପତଙ୍କ କରୋନା ରିପୋର୍ଟ ମଙ୍ଗଳବାର ପଜିଟିଭ୍‌ ଆସିବାରୁ ସେ ଅଭ୍ୟାସକୁ ଆସିନଥିଲେ। ବାକି ୧୩ ଖେଳାଳି, ୬ ପ୍ରଶିକ୍ଷକ ଏବଂ ୨ ଭିଡିଓଗ୍ରାଫରଙ୍କ ରିପୋର୍ଟ ନେଗିଟିଭ୍‌ ଥିବାରୁ ସେମାନଙ୍କୁ ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଥିଲା। ଭାରତୀୟମାନଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା ଦଳୀୟ ‌ହୋଟେଲରେ କରାଯାଇଥିଲା।

ମନପତଙ୍କ ରିପୋର୍ଟ ପଜିଟିଭ୍‌ ଆସିବାରୁ ସେ ସଂଗରୋଧରେ ଅଛନ୍ତି। ସମସ୍ତେ ଅଲଗା ଅଲଗା ରୁମ୍‌ରେ ଥିବାରୁ ତାଙ୍କ ସହ କେହି ମିଶିନାହାନ୍ତି। ଅନେକ ସମୟରେ ଭୁଲ ରିପୋର୍ଟ ଆସୁଥିବାରୁ ତାଙ୍କର ଦ୍ବିତୀୟ ଥର ପରୀକ୍ଷା କରାଯିବ। ଗତ ଏପ୍ରିଲରେ ମନପତ ଏବଂ ଅପୂର୍ବୀଙ୍କ ପଜିଟିଭ୍‌ ଆସିଥିଲା। ସେମାନେ ଜୟପୁରରେ ସଂଗରୋଧରେ ରହିଥିଲେ। ଅନ୍ୟପକ୍ଷରେ ପିସ୍ତଲ ଦଳର ବିଦେଶୀ ପ୍ରଶିକ୍ଷକ ପଭେଲ ସ୍ମିରନୋଭଙ୍କ ଭିସା କ୍ରୋଏସିଆ ଦୂତାବାସ ମଞ୍ଜୁର କରିବାରୁ ଶୁକ୍ରବାର ସେ ଜାଗ୍ରେବରେ ଭାରତୀୟ ଦଳ ସହ ଯୋଗଦେବେ। ସମରେଶ ଜୁଙ୍ଗ ଏବଂ ରୋନାକ ପଣ୍ଡିତ ମଧ୍ୟ ମାସ ଶେଷ ବେଳକୁ ‌ଜାଗ୍ରେବରେ ପହଞ୍ଚିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe