ବିନା ଶୋଭାଯାତ୍ରାରେ ଯିବ ଅଲିମ୍ପିକ୍‌ ମଶାଲ

Advertisment
ବିନା ଶୋଭାଯାତ୍ରାରେ ଯିବ ଅଲିମ୍ପିକ୍‌ ମଶାଲ

CGTN

ଟୋକିଓ: ଆସନ୍ତା ସପ୍ତାହରେ ହିରୋସିମାରେ ହେବାକୁ ଥିବା ଅଲିମ୍ପିକ୍‌ ମଶାଲ୍‌ ଯାତ୍ରା ବିନା ଶୋଭାଯାତ୍ରାରେ କରାଯିବ ବୋଲି ହିରୋସିମା ଗଭର୍ଣ୍ଣର ହିଦୋହିକୋ ୟୁଜାକି ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଆଉ ୧୦ ସପ୍ତାହରୁ କମ୍‌ ସମୟ (ଜୁଲାଇ ୨୩) ରହିଥିବା ବେଳେ ଏହାକୁ ବାତିଲ କରିବାକୁ ମଧ୍ୟ ଦାବି ଜୋର୍‌ ଧରିଛି। ହିରୋସିମାର ଗଳିକନ୍ଦିରେ ଶୋଭାଯାତ୍ରା ହେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏବେ କିଭଳି କରାଯିବ ସେ ନେଇ ଚିନ୍ତା ପ୍ରକଟ କରାଯାଇଛି। ଅନ୍ୟପକ୍ଷରେ ଗତ ସପ୍ତାହରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ସଭାପତି ଥୋମାସ ବାକ୍‌ ଜାପାନ ଆସିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କୋଭିଡ୍‌ ପରିସ୍ଥିତି କାରଣରୁ ଏହାକୁ ବାତିଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe