ପୂରା କ୍ରିକେଟ୍‌ ଜୀବନ ଭିତରେ ମାତ୍ର ଥରୁଟିଏ କପିଲ୍‌ଙ୍କୁ ରୁକ୍ଷ ସ୍ୱରରେ ଗାଳି ଦେଇଥିଲେ ଗାଭାସ୍କର, ଜାଣନ୍ତୁ କାହିଁକି

ପୂରା କ୍ରିକେଟ୍‌ ଜୀବନ ଭିତରେ ମାତ୍ର ଥରୁଟିଏ କପିଲ୍‌ଙ୍କୁ ରୁକ୍ଷ ସ୍ୱରରେ ଗାଳି ଦେଇଥିଲେ ଗାଭାସ୍କର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଦୁଇ ଜଣାଶୁଣା ନାମ ସୁନୀଲ ଗାଭାସ୍କର ଓ କପିଲ୍‌ ଦେଭ। କ୍ରିକେଟ୍‌ ଦୁନିଆର ଏହି ଦୁଇ ବାଦ୍‌ଶାହାଙ୍କ ଭିତରେ ମନମାଳିନ୍ୟ ବା ମତମାଳିନ୍ୟ ସଂପର୍କରେ ପୂର୍ବରୁ ଅନେକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି ନିକଟରେ ସେ ଦୁହିଁଙ୍କ ସଂପର୍କକୁ ନେଇ ଖୁଲାସା କରିଛନ୍ତି ନିଜେ ଗାଭାସ୍କର। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅନେକ ଥର ପିଚ୍‌ ଉପରେ ଏକା ସାଙ୍ଗରେ ଖେଳୁଥିବା ଏହି ଦୁଇ ପୂର୍ବତନ ଅଧିନାୟକଙ୍କ ମଧ୍ୟରେ ମାତ୍ର ଥରୁଟିଏ କଥା କଟା କଟି ହୋଇଥିଲା, ପୂରା କ୍ରିକେଟ୍‌ କ୍ୟାରିୟର୍‌ ଭିତରେ ସେହି ଥରକୁ ଛାଡ଼ି ଦେଲେ ଆଉ କେବେ ବି ପରସ୍ପର ପ୍ରତି ରୁକ୍ଷ ହୋଇନାହାନ୍ତି ଗାଭାସ୍କର ଓ କପିଲ୍‌।

ଏକ ଘଟଣାକୁ ମନେପକାଇ ଗାଭାସ୍କର ଗଣମାଧ୍ୟମରେ ନିକଟରେ ଏକ ଘୋଷଣା କରିଛନ୍ତି। ବନ୍ଧୁତ୍ୱ ଦିବସ ଉପରେ ସେ ଦୁହିଁଙ୍କ ବନ୍ଧୁତ୍ୱ ସଂପର୍କରେ ପଚରା ଯାଇଥିବା ଏକ ସାକ୍ଷାତ୍‌କାରରେ ଗାଭାସ୍କର କହନ୍ତି, ‘ଆମେ ଖୁବ୍‌ ଭଲ ସାଙ୍ଗ। ସେବେ ବି ଥିଲୁ, ଏବେ ବି ଅଛୁ। ହୁଏତ ବୋର୍ଡ ଆମ ଦୁହିଁଙ୍କୁ ଅଲଗା କରିବାକୁ ଚାହିଁଥିଲା। ହୁଏତ ଗଣମାଧ୍ୟମ ବି ସେୟା ଚାହୁଁଥିଲା।’

publive-image

ଗାଭାସ୍କର ସେ ଦୁହିଁଙ୍କ ସଂପର୍କରେ ଯେଉଁ ଘୋଷଣା କରିଛନନ୍ତି ତାହା ହେଲା, ଗୋଟାଏ ଥର ସେମାନେ କଥା କଟାକଟି ହୋଇଥିଲା। ତାହା ଏଥିପାଇଁ, ୧୯୭୯ ମସିହାରେ ପାକିସ୍ଥାନ ବିପକ୍ଷରେ ଭାରତ ମ୍ୟାଚ୍‌ ଖେଳୁଥିଲା। ଗାଭାସ୍କାର ସେତେବେଳେ ୧୬୬ ରନ୍‌ କରି ସାରିଥାନ୍ତି। ଗାଭାସ୍କର୍‌ ବ୍ୟାଟିଂ କରି ଏକ ସିଙ୍ଗଲ୍‌ ରନ୍‌ ନେବାକୁ ଚାହୁଁଥିଲେ ମାତ୍ର ସେତେବେଳେ ତାଙ୍କ ସହ ଖେଳୁଥିଲେ କପିଲ୍‌। କପିଲ୍‌ ନିଜ ଷ୍ଟମ୍ପ ଛାଡ଼ି ନଆସିବାରୁ ଗାଭାସ୍କର୍‌ ଆଉଟ୍‌ ହୋଇ ଯାଇଥିଲେ। ସେହି କାରଣକୁ ନେଇ ସେ ଦୁହିଁଙ୍କ ଭିତରେ ମନମାଳିନ୍ୟ ହୋଇଥିଲା। ଡ୍ରେସିଂ ରୁମ୍‌କୁ ଯାଇ ଗାଭାସ୍କର ପକିଲ୍‌ଙ୍କୁ ଖୁବ୍‌ ରୁକ୍ଷ ସ୍ୱରରେ ଗାଳି ଦେଇଥିଲେ ବୋଲି ନିାଜ ସ୍ୱୀକାର କରିଛନ୍ତି।

ଗାଭାସ୍କର ଓ କପିଲ୍‌ଙ୍କ ମଧ୍ୟରେ ଏବ ବିରାଟ ବିବାଦ ହୋଇଥିଲା ୧୯୮୪ ମସିହାରେ। ସେ ସମୟରେ ସୁନୀଲ ଗାଭାସ୍କର ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ଥାଆନ୍ତି। ଅଲ୍‌ରାଉଣ୍ଡର୍‌ କପିଲ୍‌ ଦେଭ୍‌ଙ୍କୁ ସେତେବେଳେ ଇଂଲଣ୍ଡ ବିପକ୍ଷରେ ଥିବା କୋଲକାତା ଟେଷ୍ଟ୍‍ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା। ସେ ସମୟରେ ଏହି ଘଟଣା ଗଣମାଧ୍ୟମରେ ସବୁଠାରୁ ଚର୍ଚ୍ଚିତ ଖବର ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe