ମିନାକ୍ଷୀଙ୍କ ଉପରେ ଚଢ଼ିଗଲା ପ୍ରତିଦ୍ବନ୍ଦ୍ବୀଙ୍କ ସାଇକେଲ

Advertisment
ମିନାକ୍ଷୀଙ୍କ ଉପରେ ଚଢ଼ିଗଲା ପ୍ରତିଦ୍ବନ୍ଦ୍ବୀଙ୍କ ସାଇକେଲ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ସାଇକ୍ଲିଷ୍ଟ ମିନାକ୍ଷୀ ୧୦ କିଲୋମିଟର ସ୍କ୍ରାଚ୍ ରେସ୍ ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିଲେ। ଏହି ଇଭେଣ୍ଟ ବେଳେ ମିନାକ୍ଷୀ ଅପ୍ରତ୍ୟାଶିତ ଭା‌ବେ ନିଜ ସାଇକେଲ୍‌ରୁ ତଳକୁ ଖସି ପଡ଼ିଥିଲେ। ଏହାପରେ ନ୍ୟୁଜିଲାଣ୍ଡର ବ୍ରିୟୋନି ବୋଥା ଭାରସାମ୍ୟ ହରାଇଥିଲେ ଏବଂ ତାଙ୍କ ସାଇକେଲ୍ ମିନାକ୍ଷୀଙ୍କ ଉପରେ ଚଢ଼ି ଯାଇଥିଲା। ଉଭୟ ‌ବୋଥା‌ ଓ ମିନାକ୍ଷୀ ତଳେ ପଡ଼ିଯିବା ପରେ ସ୍ବେଚ୍ଛାସେବୀମାନେ ସେମାନଙ୍କୁ ଭେଲୋଡ୍ରମ୍ ବାହାରକୁ ଷ୍ଟ୍ରେଚରରେ ନେଇଥିଲେ। ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣା ପୂର୍ବରୁ କିନ୍ତୁ ମିନାକ୍ଷୀ ସମସ୍ତଙ୍କ ଆଗରେ ଥିଲେ। ଏହା ପୂର୍ବରୁ ପୁରୁଷ ୧୫ କିଲୋମିଟର ସ୍କ୍ରାଚ୍‌ ରେସ୍‌ରେ ଭାରତୀୟ ସାଇକ୍ଲିଷ୍ଟ ବିଶଭଜିତ ସିଂହ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe